କିଆରା କମାଲ୍

ପୁଣି ଚର୍ଚ୍ଚାରେ କିଆରା ଆଡ୍‌ଭାନୀ। ସେ ଦକ୍ଷିଣୀ ସିନେ ଇଣ୍ଡଷ୍ଟ୍ରିର ପ୍ରଯୋଜକ ଦିଲ୍‌ ରାଜୁ ଏବଂ ରାମଚରଣଙ୍କ ସହ ଚୁକ୍ତି କରିଛନ୍ତି। ପ୍ୟାନ୍ ଇଣ୍ଡିଆ ଫିଲ୍ମ କ୍ରମରେ ‘ଆରସି-୧୫’ରେ କିଆରା ପ୍ରମୁଖ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। କିଆରା କହିଛନ୍ତି ଜନ୍ମଦିନ ଅବସରରେ ଏହା ମୋ ପାଇଁ ଅବିସ୍ମରଣୀୟ ଉପହାର। ମୁଁ ରାମଚରଣଙ୍କ ଭଳି ନିର୍ଦ୍ଦେଶକଙ୍କ ଫିଲ୍ମରେ ସୁଯୋଗ ପାଇଥିବାରୁ ନିଜକୁ କୃତଜ୍ଞ ମନେ କରୁଛି।

ଆଗକୁ ଆସୁଛି କିଆରାଙ୍କ ଅଭିନୀତ ତେଲୁଗୁ, ତାମିଲ ଓ ହିନ୍ଦୀ; ତିନିଟି ଭାଷାର ଚଳଚ୍ଚିତ୍ର ‘ଆରସି-୧୫’। ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏସ୍. ଶଙ୍କର। ଏହାର ପ୍ରଯୋଜନା କରିଛନ୍ତି ଦିଲ୍‌ ରାଜୁ ଓ ଶିରୀଶ ଗାରୁ। ୨୦୧୪ରେ ‘ଫଗ୍‌ଲୀ ଦେବୀ’ ଫିଲ୍ମରେ ପ୍ରଥମ କରି ପ୍ରବେଶ କରିଥିବା କିଆରା ହିନ୍ଦୀ ଚଳଚ୍ଚିତ୍ର ‘ଏମ୍.ଏସ୍. ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରି’ରେ ଦର୍ଶକାଦୃତି ଲାଭ କରିଥିଲେ। ପରେ ମେସିନ୍, ଲଷ୍ଟ ଷ୍ଟୋରିଜ୍, କବୀର ସିଂହ, ଗୁଡ୍ ନ୍ୟୁଜ୍, ଗିଲ୍ଟି, ଲକ୍ଷ୍ମୀ, ଇନ୍ଦୁ କୀ ଯୱାନୀ, ଶେରଶାହ, ଭୁଲ ଭୁଲେୟା-୨, ଯୁଗ ଯୁଗ ଜିଓ, ମିଷ୍ଟର ଲେଲେ ଆଦିରେ ଦେଖିବାକୁ ମିଳିଛନ୍ତି। ଏହା ବ୍ୟତୀତ ଚଳଚ୍ଚିତ୍ର କଲଙ୍କ ଓ ଅଂଗ୍ରେଜି ମିଡିଅମରେ ମଧ୍ୟ ଅତିଥି କଳାକାର ଭାବେ କିଆରାଙ୍କୁ ଦେଖିବାକୁ ମିଳିଛି। ପୁଣି ତେଲୁଗୁ ଫିଲ୍ମ ଭାରତ ଆନେ ନେନୁ ଓ ବିନୟ ବିଦେୟା ରାମାରେ ମଧ୍ୟ କିଆରା ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି।

The post କିଆରା କମାଲ୍ first appeared on Sambad.

from ମନୋରଞ୍ଜନ | Sambad https://ift.tt/3jdo6pv

Post a Comment

0 Comments