ଫର୍‌ହା-ସୋନୁ

ନିକଟରେ ଫର୍‌ହା ଖାନ୍ ତାଙ୍କ ଟିଜର୍ ସେୟାର କରିଛନ୍ତି। ଫର୍‌ହା ଅଲତାଫ୍ ରାଜାଙ୍କ ହିଟ୍ ମ୍ୟୁଜିକ୍ ଆଲବମ୍ ‘ସାଥ କ୍ୟା ନିଭାଓଗେ’ରେ ସୋନୁ ସୁଦ୍‌ଙ୍କ ସହ ଅଭିନୟ କରିଛନ୍ତି। ସୋନୁ ତା‌ଙ୍କ ୪୮ ତମ ଜନ୍ମଦିନ ପାଳନ କରିଛନ୍ତି। ଏଇ ଅବସରରେ ଫର୍‌ହା ତାଙ୍କ ସର୍ପରାଇଜ୍ ଦେଇଛନ୍ତି। ମ୍ୟୁଜିକ୍ କମ୍ପୋଜର ଟୋନି କକ୍କର୍, ଆକ୍ଟର ନିଧି ଅଗ୍ରୱାଲ୍ ଏବଂ ପ୍ରଯୋଜକ ଅଂଶୁଲ୍ ଗର୍ଗଙ୍କୁ ମଧ୍ୟ ଫର୍‌ହା ବଧାଇ ଜଣାଇଛନ୍ତି। ଫର୍‌ହା ଏଇ ଭିଡିଓଟିର ଗୀତଦୃଶ୍ୟର ନିଜେ ନିର୍ଦ୍ଦେଶନା ଦେଇଛନ୍ତି। ‘ତୁମ ତୋ ଠେହର ପରଦେଶୀ’ର ଗାୟକ ଅଲତାଫ୍ ରାଜା ଏଇ ଗୀତଟିକୁ ପୁନର୍ବାର ନୂଆରୂପରେ ଦେଇଥିବାର ଜଣାପଡ଼ିଛି। ତେବେ ମ୍ୟୁଜିକ୍ ଭିଡିଓରେ ଫର୍‌ହା ଖାନ୍ ଓ ସୋନୁ ସୁଦ୍‌ ଥିବାରୁ ଦଶର୍କଙ୍କ ପାଇଁ ଏହା ଉତ୍କଣ୍ଠା ସୃଷ୍ଟି କରିଛି।

ସବୁଠୁ ବଡ଼ କଥା ହେଉଛି ଫର୍‌ହା ଏଥିରେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରିଛନ୍ତି। କାଲା ଜହର, ହ୍ୟାଣ୍ଡସ୍ ଅପ୍ ପରି ତାମିଲ୍ ଓ ତେଲୁଗୁ ସିନେମାରୁ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିବା ଅଭିନେତା ସୋନୁ ସୁଦ୍‌ ପରେ ହିନ୍ଦୀ ଫିଲ୍ମ ଜିନ୍ଦେଗୀ ଖୁବ୍ ସୁରତ ହୈ, କହାଁ ହୋ ତୁମ, ମିସନ୍ ମୁମ୍ବାଇ, ଚନ୍ଦ୍ରମୁଖୀ, ଯୋଦ୍ଧା ଆକବର, ସିଂ ଇଜ୍ କିଙ୍ଗ୍, ସିଟି ଅଫ୍ ଲାଇଫ୍, ଦବଙ୍ଗ, ସୁଟ୍ ଆଉଟ୍ ଆଟ୍ ୱାଦାଲା, ଆର୍. ରାଜକୁମାର ପରି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଇଂରାଜୀ ମୁଭି ‘ରକଇନ୍ ମୀରା’ ଓ କନ୍ନଡ଼ ଫିଲ୍ମ ‘କୁରୁକ୍ଷେତ୍ର’ରେ ମଧ୍ୟ ପ୍ରମୁଖ ଭୂମିକାରେ ସେ ଅଭିନୟ କରିଛନ୍ତି। ତେଣୁ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିବା ସୋନୁଙ୍କୁ ପାଇଁ ବଡ଼କଥା ନୁହେଁ, ହେଲେ ଫର୍‌ହା ଖାନ୍ ତାଙ୍କ ସହିତ ଥିବାରୁ ଏହା ଦର୍ଶକଙ୍କ ମନରେ କୌତୁହଳ ସୃଷ୍ଟି କରିଛି।

The post ଫର୍‌ହା-ସୋନୁ first appeared on Sambad.

from ମନୋରଞ୍ଜନ | Sambad https://ift.tt/3C5VyXB

Post a Comment

0 Comments