ଆସ ଯିବା ଭାଉଜଙ୍କ ଘରକୁ

ଆପଣ ଚାହିଲେ ଭାଉଜ-ନଣନ୍ଦଙ୍କ ମଜା ମସ୍ତିର ପରିସରରେ ନିଜକୁ ସାମିଲ କରିପାରିବେ। ୮୦୯୩୦୨୬୬୯୭ ନମ୍ବରରେ ହ୍ବାଟ୍‌ସଆପ୍ କରି ଆପଣ ଏହି ରିୟାଲିଟି ଗେମ୍ ସୋ’ରେ ଭାଗ ନେଇ ଅନେକ ଆକର୍ଷଣୀୟ ପୁରସ୍କାର ଜିତି ପାରିବେ। ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ଉଭୟ ବିବାହିତ ଏବଂ ଅବିବାହିତ ନାରୀମାନେ ଅଂଶଗ୍ରହଣ କରିପାରିବେ।

ଲକ୍‌ଡାଉନ୍‌ର କଟକଣା ଆମ ସାମାଜିକ ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରିଛି। ମହାମାରୀ ରୋଗ ଡରରେ ପାରିବାରିକ ମିଳାମିଶା ପ୍ରାୟତଃ ବନ୍ଦ ହୋଇଯାଇଥିଲା କହିଲେ ଚଳେ। ଏବେ କିନ୍ତୁ ସଂକ୍ରମଣ ମାତ୍ରା କମିବା ପରେ ଗାର୍ଗୀ ଭାଉଜଙ୍କ ଘର ପୁଣି ଚଳଚଞ୍ଚଳ ହୋଇଉଠିଛି। ଗୃହିଣୀମାନେ ତାଙ୍କ ବ୍ୟସ୍ତ ବହୁଳ ଜୀବନ ଭିତରୁ କିଛି ସମୟ ବାହାର କରି ପୁଣି ଖଟି ଜମେଇବା ଆରମ୍ଭ କରିଦେଇଛନ୍ତି। ମଜାଦାର ଖେଳ ଓ ଭରପୂର ମନୋରଞ୍ଜନର ଝଲକ୍ ‘ଭାଉଜ ନମସ୍କାର’ର ଲକ୍‌ଡାଉନ୍ ପରବର୍ତ୍ତୀ ଆଧ୍ୟାୟ ଗୁଡ଼ିକରେ ଦେଖିବାକୁ ମିଳିବ।

ଚଳିତ ମାସ ୩୧ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯ ଟାରେ ‘ମଞ୍ଜରୀ’ ଚ୍ୟାନେଲ୍‌ରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଗାର୍ଗୀ ଭାଉଜଙ୍କ ସହ ଏଥିରେ ପ୍ରଭୁ ଓ ବେଙ୍ଗାଲୁରୁରୁ ଆସିଥିବା ନଣନ୍ଦ ମୁଦ୍ରାଙ୍କୁ ଦେଖିବାକୁ ମିଳିବ।

The post ଆସ ଯିବା ଭାଉଜଙ୍କ ଘରକୁ first appeared on Sambad.

from ମନୋରଞ୍ଜନ | Sambad https://ift.tt/2Vd3g1F

Post a Comment

0 Comments