ଭୁବନେଶ୍ବର: ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ସହ ପୁଣି ଥରେ କାମ କରିବାର ସୁଯୋଗ ପାଇଥିଲେ ନାୟିକା  ନମ୍ରତା ସିଂହଦେଓ। ସେ ଏବେ ପୁଣି ଏକ ଓଡ଼ିଆ ସିନେମାରେ କାମ କରିଛନ୍ତି, ଯେଉଁଥିରେ ମିହିର ଦାସ ବି ଅଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ।

‘ଟୋଟାଲ୍ ବାଳୁଙ୍ଗା’ର ସୁଟିଂସେଟରେ ମିହିର

ଏଠାରେ ଯେଉଁ ନୂଆ ଓଡ଼ିଆ ଛବିର କଥା କୁହାଯାଉଛି, ତାହାର ଟାଇଟଲ ହେଲା ‘ଟୋଟାଲ୍ ବାଳୁଙ୍ଗା। ଏହି ସିନେମାରେ ନମ୍ରତା ସିଂହଦେଓ ନଜର ଆସିବେ ନାୟିକା ଭୂମିକାରେ। ଏଥିରେ ଅବଶ୍ୟ ଦୁଇଜଣ ନାୟକ ଅଛନ୍ତି। ସେମାନଙ୍କ ଭିତରୁ ଜଣେ ହେଲେ ନବାଗତ ଚିନ୍ମୟ ଓ ଅନ୍ୟଜଣକ ହେଲେ ଶୁଭ୍ରାଂଶୁ। ଶୁଭ୍ରାଂଶୁ ଆଗରୁ ଦ ଏଣ୍ଡ ଓ ହମ୍ କିସିସେ କମ୍ ନେହିଁ ଛବିରେ ନଜର ଆସିଛନ୍ତି। ଏହାଛଡ଼ା ଜଣାଶୁଣା ଅଭିନେତା ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାଶ ଓ ଅଶୋକ ଓଝା ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ ଛବିରେ। ଟି ଗଣେଶ ଏହାର ନିର୍ଦେଶକ। ଅଜୟ ସାମଲ ସଂଳାପକାର ଓ ବିରଜା ପ୍ରସାଦ ସଙ୍ଗୀତକାର।

ସୂଚନାଯୋଗ୍ୟ, ନମ୍ରତାଙ୍କ ଅଭିନୀତ ତଥା ଗତବର୍ଷ ମୁକ୍ତିଲାଭ କରିଥିବା ‘ମନେ ମନେ ମନ ଖୋଜୁଥିଲା’ରେ ମିହିର ଦାସ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ।  ୨୦୧୭ରେ ‘ଆଖି ଖୋଲିଲେ ତୁ ହି ତୁ’ ସିନେମା ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ ନମ୍ରତା। ଏହାପରେ ତାଙ୍କୁ‘ତୋ’ପାଇଁ ଫେରିବି ମୁଁ ବସୁଧା ଚିରି’ରେ ଦେଖିବାକୁ ମିଳିଥିଲା।

The post ପୁଣି ମହିର ଦାସଙ୍କ ସହ ନମ୍ରତା first appeared on Sambad.

from ମନୋରଞ୍ଜନ | Sambad https://ift.tt/3nyZ0EB