ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ହିରୋଗିରି’

ଦେବୀପ୍ରମିତା ଏଣ୍ଟରଟେନ୍‌ମେଣ୍ଟ୍‌ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ହିରୋଗିରି’ର ନାୟକ ଆକାଶ ଦାସନାୟକ ଓ ନାୟିକା ଭୂମିକାରେ ଅଛନ୍ତି ମେଘା ଘୋଷ। ପ୍ରମୁଖ ଭୂମିକାରେ ଏମାନଙ୍କ ସହ ପିଣ୍ଟୁ ନନ୍ଦ, ସ୍ନିଗଧା ମହାନ୍ତି, ସ୍ବର୍ଗତ ଦେବୁ ବୋଷ, ମୀନକେତନ ଓ ସଲିଲ୍ ମିତ୍ର, ପୁଷ୍ପା ପଣ୍ଡା, ଗୁଡ୍ଡୁ, ବିଦୁସ୍ମିତା, ପ୍ରକୃତି ମିଶ୍ର ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ରୋମାଣ୍ଟିକ୍ ଲଭଷ୍ଟୋରି ହେଇଥିଲେ ବି ଏଥିରେ ଆକ୍ସନ ଛୁଙ୍କ ରହିଛି। ‘ସତ୍ୟମେବ ଜୟତେ’ରୁ ବଡ଼ ପରଦାରେ ପ୍ରବେଶ କରିଥିବା ଅଭିନେତା ଆକାଶ ପରେ କଳିଙ୍ଗପୁତ୍ର, ଶତ୍ରୁସଂହାର, ଶୁଭବିବାହ, ଆସିବୁ କେବେ ସାଜି ମୋ ରାଣୀ, ଆଲୋ ମୋର କଣ୍ଢେଇ, ସଙ୍ଗମ୍, ରାଜୁ ଆୱାରା, ଶପଥ, ଗୁରୁ, ଖିଲାଡ଼ି, ଧର୍ମ, ହରି ଓମ୍ ହରି, ମିତ ବସିଛି ଭୂତ ସାଥିରେ, ସଂଗ୍ରାମ, ତୁ କହିବୁ ନା ମୁଁ, ଅଗସ୍ତ୍ୟା, ଜଷ୍ଟ ମୋହବତ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କୁ ମନୋରଂଜନ ଦେଇଛନ୍ତି। ଅଭିନୟରୁ ରାଜନୀତି କ୍ଷେତ୍ରକୁ ଯିବାପରେ ତାଙ୍କୁ ପରଦାରେ କେବେ କେବେ ଦେଖିବାକୁ ମିଳୁଛି। ତେବେ ‘ହିରୋଗିରି’ରେ ତାଙ୍କ ଭୂମିକା କ’ଣ ରହୁଛି ଦେଖିବାକୁ ବାକି ରହିଲା।

ଏହାର କାହାଣୀ ପରିକଳ୍ପନା ସହ ପ୍ରଯୋଜନା କରୁଛନ୍ତି ସତ୍ୟପ୍ରିୟ ବେହେରା। ନିର୍ଦ୍ଦେଶନା ଦେଉଛନ୍ତି ଅଶ୍ବିନୀ ଗଡ଼ନାୟକ। ସଂଳାପ ଲେଖିବା ସହ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ନିର୍ମଳ ନାୟକ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, ଅସୀମା ପଣ୍ଡା, ବିନୋଦ ରାଠୋଡ୍, ପା‌ମେଲା ଜୈନ ଏବଂ ସ୍ବୟମ୍ ପ୍ରଭାସ ପାଢ଼ୀ।

The post ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ହିରୋଗିରି’ first appeared on Sambad.

from ମନୋରଞ୍ଜନ | Sambad https://ift.tt/3CwvzYF

Post a Comment

0 Comments