
ଆପଣ ଶୁଣିଥିଲେ ଓ ଦେଖିଥିଲେ ଚଳଚ୍ଚିତ୍ର ‘ବଧାଇ ହୋ’ ଯାହା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ‘ବଧାଇ ହୋ’ ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନା ଓ ସାନ୍ୟା ମାଲହୋତ୍ରା ମୁଖ୍ୟ ଭୂମିକାରେ ଥିଲେ। ଏବେ କିନ୍ତୁ ‘ବଧାଇ ଦୋ’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ରାଜକୁମାର ରାଓ ଓ ଭୂମି ପେଦନେକର। ଏହା ୨୦୨୨ ଫେବ୍ରୁଆରି ପ୍ରଥମ ସପ୍ତାହରେ ମୁକ୍ତିଲାଭ କରିବାକୁ ଯାଉଛି।
ଏଇ ଚଳଚ୍ଚିତ୍ରକୁ ଅଭିନେତା ଜନ୍ ଆବ୍ରାହମ୍ ତାଙ୍କ ନୂଆ ଚଳଚ୍ଚିତ୍ର (ଆଟାକ୍) ମାଧ୍ୟମରେ ଆକ୍ରମଣ କରିପାରନ୍ତି ବୋଲି ଶୁଣାଯାଉଛି। କାରଣ ଏକ ସମୟରେ ଦୁଇଟିଯାକ ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସୁଛି। ଦୁଇଟିଯାକ ସିନେମା ସାଧାରଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବ ବୋଲି ନିର୍ଦ୍ଧାରିତ ହେଇଛି। ଏବେ ‘ବଧାଇ ଦୋ’ ସମ୍ପର୍କରେ ଅଧିକ ଚର୍ଚ୍ଚା ହେଉଛି। ଏଇ ଚଳଚ୍ଚିତ୍ରଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ‘ବଧାଇ ହୋ’ର ରିମେକ୍ ବୋଲି କୁହାଯାଉଛି।
ରାଜକୁମାର ରାଓ ଓ ଭୂମି ପେଦନେକରଙ୍କ ସହିତ ଏଥିରେ ସୀମା ବାହୱା, ଶିବା ଚଢା, ଲଭ୍ଲିନ୍ ମିଶ୍ରା, ନୀତିଶ ପାଣ୍ଡେ, ଶଶୀଭୂଷଣ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ରାଜକୁମାରଙ୍କ ସହ ଭୂମିଙ୍କର ଏହା ହେଉଛି ପ୍ରଥମ ସିନେମା। ମହିଳା ପୋଲିସ୍ ଥାନାରେ ରାଜକୁମାର ଜଣେ ପୋଲିସ୍ ଥିବା ବେଳେ ଭୂମି ଏଥିରେ ଅଛନ୍ତି ଜଣେ ଖେଳ ଶିକ୍ଷୟିତ୍ରୀ ଭୂମିକାରେ। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏଇ ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଅକ୍ଷତ ଘିଲିଦିଆଲ ଓ ସୁମନ ଅଧିକାରୀ।
The post ୨୦୨୨ ଫେବ୍ରୁଆରି ପ୍ରଥମ ସପ୍ତାହରେ ମୁକ୍ତିଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର ‘ବଧାଇ ଦୋ’ first appeared on Sambad.from ମନୋରଞ୍ଜନ | Sambad https://ift.tt/3CBGSi4
0 Comments