
କ’ଣ ଏମିତି ହେଲା ଯେ ରଶ୍ମିକା ମନ୍ଦାନାଙ୍କ ଭଳି ଅଭିନେତ୍ରୀ ଥାଉ ଥାଉ ସମଂଥାଙ୍କୁ ଖୋଜାପଡ଼ିଲା। ଚଳଚ୍ଚିତ୍ରରେ ଥିବା ପାରିବାରିକ ଓ ରୋମାଣ୍ଟିକ୍ ଗୀତରେ ରଶ୍ମିକା ନୃତ୍ୟାଭିନୟ କରିପାରିଲେ ମାତ୍ର ଏଥିରେ ଥିବା ଏକ ସ୍ବତନ୍ତ୍ର ଗୀତଦୃଶ୍ୟରେ ରଶ୍ମିକାଙ୍କ ସ୍ଥାନରେ ସମଂଥାଙ୍କୁ ନିଆଗଲା। ତାମିଲ ଚଳଚ୍ଚିତ୍ର ନନ୍ଦିନୀ, ପ୍ରିୟା, କାବେରୀ, ଅନଜାନ୍, ସନ୍ ଅଫ୍ ସତ୍ୟମୂର୍ତ୍ତି ଏବଂ ତେଲୁଗୁ ଚଳଚ୍ଚିତ୍ର ଜେମ୍ସ ବଣ୍ଡ୍, ଦ ଟ୍ରିପ୍, ମହାସମୁଦ୍ରମ୍, ବ୍ରିନ୍ଦାବନମ୍, ଅନ୍ତରୀକ୍ଷମ୍, ଜବରଦସ୍ତ, ବାହୁବଳୀ-୨ ଆଦି ପଚାଶଟି ସିନେମାରେ ନାୟିକା ସାଜି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସମଂଥା। ଏହା ବ୍ୟତୀତ ହିନ୍ଦୀ ଚଳଚ୍ଚିତ୍ର ‘ଏକ୍ ଦିୱାନା ଥା’ ଏବଂ ୱେବ୍ ସିରିଜ୍ରେ ପ୍ରଦର୍ଶିତ ‘ଦ ଫାମିଲି ମ୍ୟାନ୍’କୁ ନେଇ ସମଂଥା ବେଶ୍ ଚର୍ଚ୍ଚିିତ ହେଇଛନ୍ତି।
ଅଭିନୟ ଅପେକ୍ଷା ନୃତ୍ୟରେ ତାଙ୍କର ଅଧିକ ଦକ୍ଷତା ଦେଖିବାକୁ ମିଳିଛି। ସେଥିପାଇଁ ତାଙ୍କୁ ଦକ୍ଷିଣୀ ସିନେମାରେ ସୁପର୍ ଡ୍ୟାନ୍ସର୍ କୁହାଯାଏ। ଅଭିନେତା ଆଲ୍ଲୁ ଅଜୁନଙ୍କ ସହ ସମଂଥାଙ୍କୁ ନେଇ ଏକ ସ୍ବତନ୍ତ୍ର ନୃତ୍ୟଦୃଶ୍ୟର ପରିକଳ୍ପନା କରିବା ସହ ଏହାକୁ ଚଳଚ୍ଚିତ୍ରରେ ସ୍ଥାନିତ କରିବାକୁ ନିର୍ଦ୍ଦେଶକ ସୁକୁମାର ନିଷ୍ପତ୍ତି ନେଇଛନ୍ତି। ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ନୂଆ ଚଳଚ୍ଚିତ୍ର ‘ପୁଷ୍ପା-ଦ ରାଇଜ୍’, ‘ବାହୁବଳି’ ପରି ଦୁଇଟି ଭାଗରେ ଦର୍ଶକଙ୍କୁ ଭେଟି ଦିଆଯିବ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଲୟାଲମ୍ ଅଭିନେତା ଫଦାହ ଫାସିଲ, ସୁନୀଲ, ଧନଞ୍ଜୟ, ରାଓ ରମେଶ ଓ ଅଜୟ ଘୋଷ ପ୍ରମୁଖଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ।
The post ସୁପର୍ ଡ୍ୟାନ୍ସର୍ ସମଂଥା first appeared on Sambad.from ମନୋରଞ୍ଜନ | Sambad https://ift.tt/3oGXHDo
0 Comments