
ଚଳଚ୍ଚିତ୍ର ‘ଧମାକା’ ଏକ ପ୍ରାଇମ୍ ଟାଇମ୍ ରିପୋର୍ଟରଙ୍କ କାହାଣୀ। ଅର୍ଜୁନ ପାଠକ ୨୪x୭ ଚ୍ୟାନେଲର ଜଣେ ପ୍ରତିଷ୍ଠିତ ରିପୋର୍ଟର। ସେ ସୌମ୍ୟା ମେହରାଙ୍କୁ ବିବାହ କରନ୍ତି। ଅର୍ଜୁନ ଭୂମିକାରେ କାର୍ତ୍ତିକ ଆର୍ଯ୍ୟାନ୍ ଥିବା ବେଳେ ସୌମ୍ୟା ଭୂମିକାରେ ଅଛନ୍ତି ମୃଣାଳ ଠାକୁର।
ସବୁକିଛି ଠିକ୍ଠାକ୍ ଚାଲିଥିଲା, କିନ୍ତୁ ଏକ ଅପ୍ରୀତିକର ଘଟଣାକୁ ନେଇ ଅର୍ଜୁନଙ୍କୁ ଜଣେ ରେଡିଓ ଜକି ପଦବିକୁ ପଠାଇଦିଆଯାଏ। ଦିନେ ଏକ ମର୍ଣ୍ଣିଙ୍ଗ ସୋ’ରେ ଅର୍ଜୁନଙ୍କ ପାଖକୁ ରଘୁବୀର ମେହେଟ୍ଟା (ସୋହମ ମଜୁମଦାର)ଙ୍କ ଫୋନ୍ ଆସେ। ରଘୁବୀର କହନ୍ତି ଏବେ ମୁମ୍ବାଇ ଚତୁଃପାର୍ଶ୍ବରେ ଥିବା ସମୁଦ୍ରରେ ବୋମା ଖଞ୍ଜାଯାଇଛି। ମୁମ୍ବାଇର ଏକ ଗୁରତ୍ବପୂର୍ଣ୍ଣ ଅଞ୍ଚଳ ବୋମାମାଡ଼ରେ ଧ୍ବଂସ ହେଇଗଲାଣି। ଅର୍ଜୁନ ଘର ଭିତରୁ ଝରକା ବାଟେ ବାହାରକୁ ଦେଖେ ତା’ ନଜରକୁ କିଛି ଆସେନା। ସେ ଚକିତ ହୁଏ।
ପୁଣି ରଘୁବୀରଙ୍କ ଫୋନ୍ ତା’ପାଖକୁ ଆସେ, ଏଥର ସେ ବିଚଳିତ ହେଇ ପୋଲିସକୁ ଫୋନ କରନ୍ତି ଏବଂ ରଘୁବୀରଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହନ୍ତି। ଅର୍ଜୁନ ନିଜର ସହଯୋଗୀ ଅମୃତା ସୁଭାଷଙ୍କୁ ଏକଥା ଜଣାଇଦିଅନ୍ତି। ତୁରନ୍ତ ରେଡିଓ ଷ୍ଟେସନ୍ ସାମ୍ନାରେ ଆଉ ଏକ ଅସ୍ଥାୟୀ ଷ୍ଟୁଡିଓ ତିଆରି ହୁଏ। ଏହାପରେ ଅର୍ଜୁନ ଜାଣିବାକୁ ପାଆନ୍ତି ଯେ ସମୁଦ୍ର ସହ ବୋମାର ଲିଙ୍କ୍ ଥିବା ଘଟଣାର କଭରେଜ୍ ପାଇଁ ସୌମ୍ୟା ସ୍ପଟ୍ ରିପୋର୍ଟିଙ୍ଗରେ ଯାଇଛନ୍ତି। ଅର୍ଜୁନ ପାଖକୁ ଏମିତି ଆଉ କିଛି ଅପରିଚିତ ବ୍ୟକ୍ତିଙ୍କ ଫୋନ୍ କଲ୍ ମଧ୍ୟ ଆସେ। ସେ ବିବ୍ରତ ହେଇପଡ଼ନ୍ତି। ‘ଧମାକା’ ହେଉଛି କୋରିଆନ୍ ଫିଲ୍ମ ‘ଟେରର ଲାଇଭ’ର ଏକ ରିମେକ।
The post ଚଳଚ୍ଚିତ୍ର ‘ଧମାକା’ରେ ମୃଣାଳଙ୍କ ଧମାକା first appeared on Sambad.from ମନୋରଞ୍ଜନ | Sambad https://ift.tt/3nxcLE7
0 Comments