ବଳ ଦେଖାଇବ ‘ବାଳି’, ଓଡ଼ିଆ ଚଳଚ୍ଚିତ୍ର ‘ବାଳି-ଦି ସେଭର୍‌’ର ଅଡିଓ ରିଲିଜ୍‌

ଭୁବନେଶ୍ବର : ସୂର୍ଯ୍ୟ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ର ଦ୍ବିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର ‘ବାଳି-ଦି ସେଭର୍‌’ ଆସନ୍ତା ଡିସେମ୍ବରରେ ମୁକ୍ତିଲାଭ କରିବ। ଶୁକ୍ରବାର କାର୍ତିକ ପୂର୍ଣ୍ଣିମା ଅବସର‌ରେ ଲୋହିଆ ଏକାଡେମିଠାରେ ଏହାର ଅଡିଓ ରିଲିଜ୍‌ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ସୂର୍ଯ୍ୟକାନ୍ତ ସାମଲ ଓରଫ୍‌ ହାପି, ଅଭିନେତ୍ରୀ ମାମା ସାମଲ, ଅଶ୍ରୁମୋଚନ, ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, ହରିହର ମହାପାତ୍ର, ଚିନ୍ତାମଣି ବିଶ୍ବାଳ, ବାପି ରାୟ ଓ ମନୋଜ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ପ୍ରଯୋଜକ ସୂର୍ଯ୍ୟକାନ୍ତ ସାମଲଙ୍କ ଏହି ଚଳଚ୍ଚିତ୍ରରେ ସଞ୍ଜୟ ସିତୁ ମ୍ୟୁଜିକ୍‌ ଦେଇଛନ୍ତି ଓ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ତାରିଖ ଓ ଅର୍ପିତା ଚୌଧୁରୀ। ନିର୍ଦ୍ଦେଶକ କେ. ମୁରଲୀକ୍ରିଷ୍ଣା ଏହାର ନିର୍ଦ୍ଦେଶନା ଦେଇଛନ୍ତି।

The post ବଳ ଦେଖାଇବ ‘ବାଳି’, ଓଡ଼ିଆ ଚଳଚ୍ଚିତ୍ର ‘ବାଳି-ଦି ସେଭର୍‌’ର ଅଡିଓ ରିଲିଜ୍‌ first appeared on Sambad.

from ମନୋରଞ୍ଜନ | Sambad https://ift.tt/3cvGt6d

Post a Comment

0 Comments