
‘‘ଆସ ପଢ଼ିବା, ବାଟ ଦେଖିବା ନିଜ ପରିଚୟ ଆମେ ନିଜେ ଗଢ଼ିବା, ନ ପାରିବା କାମ ଆମେ କରିଦେବା, ବିଶ୍ୱାସର ଦୀପ ଆମେ ସବୁଠି ଜାଳିବା, ମିଛ ନୁହଁ ସତକୁ ତ ଆଦରି ନବା, ଜୀବନକୁ ହସି ହସି ଜିଇ ଚାଲିବା, ଦୁଃଖ ଘରେ ସୁଖର ତ ବସା ବନ୍ଧିବା, ପଛଘୁଞ୍ଚା ଦବା ନାହିଁ ଆଗେଇ ଯିବା’’। ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ୱାସ’ରେ ରହିଛି ଶିଶୁମାନଙ୍କୁ ଅନୁପ୍ରାଣୀତ କରିବା ପାଇଁ ଏଭଳି ଏକ ଗୀତ।
ଯୁକ୍ତି, ପ୍ରମାଣ ଅଥବା କାରଣକୁ ଅଣଦେଖା କରି ଯୁଗ ଯୁଗ ଧରି ତା’ମନକୁ କାବୁ କରି ରଖିଥିବା ଅନ୍ଧବିଶ୍ୱାସର ଚକ୍ରବ୍ୟୂହ ଭିତରେ ମଣିଷ ନିଜକୁ ଅସହାୟ ମନେ କରୁଛି। ପ୍ରତ୍ୟେକ ମଣିଷ ହୃଦୟରେ ସଚେତନାର ଦୀପକୁ ଜାଳିବା ପାଇଁ ଏଇ ଚଳଚ୍ଚିତ୍ର ମାଧ୍ୟମରେ ପ୍ରୟାସ କରାଯାଇଛି। କଣ୍ଠଶିଳ୍ପୀ ଶିବ ରଥ, ଇରା ମହାନ୍ତି ଏବଂ ବିଷ୍ଣୁ ମୋହନ କବିଙ୍କ ସୁଲଳିତ କଣ୍ଠଦାନ ଗୀତଗୁଡ଼ିକୁ ସୁମଧୁର କରିଛି। ବ୍ୟବସ୍ଥାପକ ଦିବ୍ୟରଞ୍ଜନ ରଥ, ପରିଚାଳକ ସୁଧୀର ମହାନ୍ତି, ସଂଗ୍ରାମ ଭଞ୍ଜଦେଓ, ମୁଖ୍ୟ ସହାୟକ ନିର୍ଦ୍ଦେଶକ ସୁଧାଂଶୁ ଶେଖର ମଲିକ, ଚିତ୍ରୋତ୍ତୋଳକ ଏସ୍. ରଞ୍ଜନ ଓ ସାଉଣ୍ଡ ଡିଜାଇନର ତଥା ଏଡିଟର ଜ୍ୟୋତି ପ୍ରକାଶ ମହାନାଙ୍କ ସହଯୋଗ ରହିଛି। ସୁଧନ୍ୟା କ୍ରିଏଟିଭସ୍ର ପ୍ରଥମ ଅବଦାନ ତଥା ଚିନ୍ମୟ ଦାସ ପଟ୍ଟନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ୱାସ- ଦ ଲାଇଟ୍ ଓଭର ଡାର୍କନେସ୍’ ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ର ପ୍ରେମୀ, ସୁସାହିତ୍ୟିକ ତଥା ପ୍ରଯୋଜକ ବିବେକାନନ୍ଦ ପାଣିଗ୍ରାହୀ ଦର୍ଶକଙ୍କ ମାନସପଟରେ ଏକ ଅଦ୍ଭୁତ ପରିବର୍ତ୍ତନ ଆଣିବ ବୋଲି ବିଶ୍ୱାସ ରଖିଛନ୍ତି।
ଏଥିରେ ନବାଗତା ସାହିଲ ମିଶ୍ର (ଗୁଡୀ)ଙ୍କ ସହ ସୁଜୟ ମହାନ୍ତି, ଅରୁଣ ମହାନ୍ତ, ଡଃ ବିଶ୍ୱଜିତ ଦାସ, ତାପସ ପଣ୍ଡା, ସୁଧୀର ମହାନ୍ତି, ଗୋକୁଳଚନ୍ଦ୍ର ଦାସ, ସଂଗ୍ରାମ ଭଞ୍ଜଦେଓ, ମଙ୍ଗଳ ବେସ୍ରା, ସନ୍ତୋଷ ମହାନ୍ତି, ଶିବ ବାରିକ, ନବନୀତ ମହାନ୍ତି, ଛୋଟେଲାଲ ମହାନ୍ତ, ରାମଚନ୍ଦ୍ର ମହାପାତ୍ର, ଶ୍ରୀନିବାସ ଭଞ୍ଜ, ଲମ୍ବୋଦର ସିଂ, ସୁଜିତ ନାଥ, ଜୀବନ ସାହୁ, ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ, ସାଗରିକା ଦାସ, ଦର୍ଶନା ଭଞ୍ଜଦେଓ, ଅର୍ପିତା ଦାସ, ରେସଲି ପାତ୍ର, ପ୍ରକାଶିନୀ ମିଶ୍ର, ଶ୍ରେଷ୍ଠ ବିଶ୍ୱାଳ, ଅର୍ଣ୍ଣବ ନନ୍ଦ ଓ ଆୟୁଷ ରଞ୍ଜନ ପ୍ରମୁଖ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି।
The post ‘ଆସ ପଢ଼ିବା, ବାଟ ଦେଖିବା’; ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ୱାସ’ରେ ରହିଛି ଶିଶୁମାନଙ୍କୁ ଅନୁପ୍ରାଣୀତ କରିବା ପାଇଁ ଏଭଳି ଏକ ଗୀତ first appeared on Sambad.from ମନୋରଞ୍ଜନ | Sambad https://ift.tt/3cxOyr0
0 Comments