ନିଆରା ବେଶରେ ନେହା-ଆୟଶା

ବିକିନି ଓ ମୋନୋକିନୀ ପରିହିତ ହେଇ ସୋସିଆଲ୍ ମିଡିଆରେ ଅଭିନେତ୍ରୀ ଭଗିନୀ ନେହା ଶର୍ମା ଓ ଆୟଶା ଶର୍ମା ନିଆ‌ରା ବେଶରେ ନିଜକୁ ଉପସ୍ଥାପିତ କରିଛନ୍ତି। ଦୁଇ ଭଉଣୀ ଏକାଠି ଏକ ଫାସନେବଲ୍ ଗେଟଅପ୍‌ରେ କାହିଁକି ହଠାତ୍ ସର୍ବସାଧାରଣଙ୍କ ନଜରକୁ ଆସିଲେ, ଏହାର ରହସ୍ୟ କିଛି ବୁଝି ହେଉନାହିଁ। ଏଥିପାଇଁ ଉଭୟ ଦର୍ଶକଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି ଯେ ଦୁହେଁ ବିଲକୁଲ ହଟ୍ ଦିଶୁଛନ୍ତି। ନେହା ଓ ଆୟଶା ଏକାବେଳେ ନିଜ ନିଜର ଫଟୋସୁଟ୍ କରିଛନ୍ତି। ଯେଉଁ ଫଟୋ ଦେଖିବା ଲୋକଙ୍କୁ ଖୁବ୍ କ୍ରେଜି କରିଛି।

ନେହା ଏକ ସଲ୍‌ଟ୍ରି ବ୍ଲାକ୍ ରଙ୍ଗର ବିକିନି ପିନ୍ଧିଥିବା ବେଳେ ମଥାରେ ଥିବା ଲମ୍ବା କେଶକୁ କାଟି ଛୋଟ କରିଦେଇଛନ୍ତି। ଏପାଖେ ଆୟଶା ବି ଭଉଣୀ ନେହାଙ୍କ ସହ ଟକ୍କର ଦେଇଛନ୍ତି। ଏକ କଳାରଙ୍ଗର ବଡିସୁଟ୍ ପିନ୍ଧି ପ୍ଲଙ୍ଗିଙ୍ଗ୍ ନେକଲିନ୍ ପିନ୍ଧି ପୂରାପୂରି ହଟ୍ ଦିଶୁଛନ୍ତି। ଆୟଶା ନିଜ କେଶକୁ ଖୋଲି ସୁନ୍ଦର ଭାବେ ସଜେଇ ହେଇଛନ୍ତି। ଦୁଇ ଭଉଣୀଙ୍କ ବେଶ ଆବେଶ ଏମିତି ହେଇଛି ଯେ ଯିଏ ଦେଖିବ ଚକିତ ହେଇଯିବ। ତେଲୁଗୁ ମୁଭି ‘ଚିରୁଥା’ରୁ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିବା ନେହା ଶର୍ମା ‘କ୍ୟା ସୁପର କୁଲ୍ ହେ ହମ୍’, ‘ୟାମଲା ପଗଲା ଦିୱାନା-୨’, ‘ୟଙ୍ଗିସ୍ତାନ’, ‘ତୁମ୍ ବିନ୍-୨’, ‘ମୁବାରକ’, ‘ତନ୍‌ହାଜୀ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଏବେ ନୂଆ ସିନେମା ‘ଯୋଗିରା ସାରା ରା ରା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ‘ବାବା କୀ ଚୌକି’ରେ ଅଭିନୟ କରିଥିବା ଆୟଶା ୨୦୧୮ରେ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ’କୁ ନେଇ ଏବେ ବି କ୍ରେଜି ଅଛନ୍ତି।

The post ନିଆରା ବେଶରେ ନେହା-ଆୟଶା first appeared on Sambad.

from ମନୋରଞ୍ଜନ | Sambad https://ift.tt/3yPJ0Rp

Post a Comment

0 Comments