
ମହାରାଷ୍ଟ୍ର ଝିଅ ମୃଣାଳ ଠାକୁର ଏବେ ଆଶିକ୍-୨ର ନାୟକ ଆଦିତ୍ୟ ରୟ କପୁରଙ୍କ ବାହୁବନ୍ଧନକୁ ଆସିଛନ୍ତି। ସଫଳ ତାମିଲ୍ ଚଳଚ୍ଚିତ୍ର ‘ଥଦାମୋ’ର ହିନ୍ଦୀ ରିମେକ୍ରେ ମୃଣାଳ ଆଦିତ୍ୟଙ୍କ ବିପକ୍ଷର ନାୟିକା ସାଜିଛନ୍ତି। ଯୁଗ୍ମ ନିର୍ମାତା ଭୂଷଣ କୁମାର ଓ ମୁରାଦ ଖେତାନୀ ଏବେ ବ୍ରାଣ୍ଡ-ନ୍ୟୁ ଫିଲ୍ମ କରିବାର ପ୍ରୟାସ କରିଛନ୍ତି। ଏହି ଚଳଚ୍ଚିତ୍ରରେ ମୃଣାଳଙ୍କୁ ମିଳିଥିବା ଚରିତ୍ର ଖୁବ୍ ପରାକ୍ରମୀ ରହିବ ବୋଲି ଆଶା କରାଯାଉଛି। ଶୁଣାଯାଉଛି ଚଳଚ୍ଚିତ୍ରର ପୃଷ୍ଠଭୂମି ବାସ୍ତବ ଘଟଣା ଉପରେ ଆଧାରିତ। ଅକ୍ଟୋବର ମାସରେ ସୁଟିଂ ହେବାକୁ ଥିବା ଉକ୍ତ ଫିଲ୍ମର ନିର୍ଦ୍ଦେଶନା ଦେବେ ବର୍ଦ୍ଧନ କେଟକାର।
ମୃଣାଳ କହିଛନ୍ତି, ଯେତେବେଳେ ସେ ଏହି ସିନେମାର କାହାଣୀ ଶୁଣିଲେ ତାଙ୍କୁ ଭାରି ଲୋଭ ଲାଗିଲା। ସେ ଭାବିଲେ ଏପର୍ଯ୍ୟନ୍ତ ଯେତେ କାହାଣୀର ସେ ନାୟିକା ସାଜିଛନ୍ତି, ସବୁଠାରୁ ଏହି ଫିଲ୍ମର ଚରିତ୍ର ବିଚିତ୍ରବର୍ଣ୍ଣ ହେବ। ପ୍ରଯୋଜକ ଭୂଷଣ କୁମାର କହିଛନ୍ତି, ଯେତେବେଳେ ମୁରାଦ ଓ ମୁଁ ଉଭୟ ବସି ଚିନ୍ତାକଲୁ, ଏଭଳି କାହାଣୀରେ କାହାକୁ ନାୟିକା କଲେ ଉପଯୁକ୍ତ ହେବ, ହଠାତ୍ ମୃଣାଳ ଆମ ନଜରକୁ ଆସିଲେ। ଅତୀତରେ ମୃଣାଳ ଯେତେ ଚଳଚ୍ଚିତ୍ରରେ ଯେଉଁ ଚରିତ୍ରରେ ଆସିଛନ୍ତି, ବିଲକୁଲ ନିଆରା ଅଭିନୟ କରିଛନ୍ତି। ତେଣୁ ଆମେ ସ୍ଥିର କଲୁ ଆମ କାହାଣୀରେ ଥିବା ମୁଖ୍ୟ ମହିଳା ଚରିତ୍ରକୁ ମୃଣାଳ ହିଁ ଉପଯୁକ୍ତ ଭାବେ ନିର୍ବାହ କରିପାରିବେ।
The post ଆଦିତ୍ୟଙ୍କ ପଞ୍ଝାରେ ମୃଣାଳ first appeared on Sambad.from ମନୋରଞ୍ଜନ | Sambad https://ift.tt/3yOU29y
0 Comments