
ନୂଆ ଚଳଚ୍ଚିତ୍ର ‘କାଗଜ ଗୁଡ଼ି’ ନିର୍ମାଣ କରିବା ବେଳେ ଯେଉଁ ଅନୁଭୂତି ଓ ଅଭିଜ୍ଞତା ହାସଲ କରିଛନ୍ତି, ତାହା ଭବିଷ୍ୟତରେ ଉପଯୋଗ କରି ଆଉ କିଛି ସିନେମା ତିଆରି କରିବାର ସ୍ବପ୍ନ ଦେଖୁଛନ୍ତି ପ୍ରଯୋଜକ ଶିବିର କୁମାର ପରିଡ଼ା ଓ ବିବେକାନନ୍ଦ ବାରିକ। ଶିବିର କୁମାରଙ୍କ ଘର କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଏବଂ ବିବେକାନନ୍ଦଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ କାଇମାଟିଆ ଅଞ୍ଚଳରେ। ଶିବିର ସୁମତ୍ରା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ସେ ସୁମିତ୍ରା ଗ୍ରୁପ ମାଧ୍ୟମରେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ନିୟମିତ ଭାବେ କରିଆସୁଛନ୍ତି।
ବିବେକାନନ୍ଦ ବାରିକ ଖୋର୍ଦ୍ଧା ଜିଲ୍ଲା ବଡି ବିଲ୍ଡିଂ ଆସୋସିଏସନ୍ର ସମ୍ପାଦକ ଏବଂ ଭୁବନେଶ୍ବର ନୂଆପଲ୍ଲୀ ଅଞ୍ଚଳରେ ଥିବା ଆଶ୍ରମ ବିଦ୍ୟାଳୟର ସଭାପତି ଭାବେ ନିଜ ଦାୟିତ୍ବ ନିର୍ବାହ କରିଆସୁଛନ୍ତି। ‘ମନ ମୋର କାଗଜ ଗୁଡ଼ି’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦେବଜ୍ୟୋତି ପାତ୍ର ଓରଫ ଦୀପୁ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ରାଜେଶ ଓ ଭୂମିକା। ବିବେକାନନ୍ଦ କହିଛନ୍ତି, ‘ଏବେ ଅନେକ କହୁଛନ୍ତି ଓଡ଼ିଆ ସିନେମା ଭଲ ଚାଲୁନାହିଁ। ଦର୍ଶକ ଆଉ ପ୍ରେକ୍ଷାଳୟକୁ ଆସୁନାହାନ୍ତି। ଯଦି ଭଲ ସିନେମା ତିଆରି ହେବ, ନିଶ୍ଚିତ ଭାବେ ଦର୍ଶକ ଦେଖିବାକୁ ଆସିବେ।’
The post ଦୁଇ ହାତରେ ଉଡ଼ିବ ଗୁଡ଼ି first appeared on Sambad.from ମନୋରଞ୍ଜନ | Sambad https://ift.tt/2VlJvVR
0 Comments