ପ୍ରଶଂସକ ଆଲିଆ

ନିର୍ଦ୍ଦେଶକ ସଂଜୟ ଲୀଲା ଭଁସାଲୀଙ୍କୁ ପ୍ରଶଂସା କରିବାରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ କୌଣସି ମୌକା ଛାଡ଼ୁ ନାହାନ୍ତି। ନିକଟରେ ସିନେମା ଜଗତରେ ସଂଜୟଙ୍କ ୨୫ବର୍ଷ ପୂର୍ତ୍ତି ଅବସରରେ ଆଲିଆ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଥିଲେ। ‘ଗଙ୍ଗୁବାଈ କାଠିଆୱାଡି’ ସୁଟିଂ ସେଟ୍‌ରେ ସଂଜୟଙ୍କ ସହ ସେ ଉଠାଇଥିବା ଏକ ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିବା ସହ ଦର୍ଶକକୁ ଚକିତ କରିବା ଭଳି କ୍ୟାପସନ୍‌ ଲେଖିଛନ୍ତି। ସେ ଲେଖିଛନ୍ତି, ସଂଜୟ ଜଣେ ଯାଦୁକର। ଏହାସହ ‘ଲଭ୍‌ ୟୁ ସାର୍‌’ ବି ଉଲ୍ଲେଖ କରିଛନ୍ତି।

ସେହିପରି କିଛି ଦିନ ତଳେ ଆଲିଆଙ୍କ ଉଦ୍ଦେଶ୍ୟରେ ସଂଜୟ ଓ ସଲମାନ୍‌ ଖାନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ‘ଜୀବନରେ ଅସମ୍ଭବ କାମ କରିବା ବ୍ୟତୀତ ଆଉ କ’ଣ ସ୍ବପ୍ନ ଅଛି’। ଆଲିଆ ଏହାକୁ ସେୟାର୍ କରି ପ୍ରତିକ୍ରିୟାରେ ଲେଖିଥି‌‌‌ଲେ ଯେ ମୁଁ ତ କେବଳ ଅସମ୍ଭବକୁ ପସନ୍ଦ କରେ, ଯାହା ମୋତେ ଆପଣ ଅଫର୍ କରିଛନ୍ତି। ସେଥିପାଇଁ ମୁଁ ଆପଣ ଦୁଇଜଣଙ୍କ ପାଖରେ କୃତଜ୍ଞ।

ସୂଚନାଯୋଗ୍ୟ, ସଞ୍ଜୟ ଲୀଲା ଭଁସାଲୀଙ୍କ ସହ ଆଲିଆ କାମ କରିବାର ପ୍ରଥମ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’। ଏହା ଭଁସାଲୀଙ୍କ ନିର୍ଦ୍ଦେଶିତ ଏବଂ ଜୟନ୍ତୀଲାଲ ଗଡ଼ାଙ୍କ ପ୍ରଯୋଜିତ ନୂଆ ସିନେମା। ସିନେମାଟି ମୁମ୍ବାଇର ମାଫିଆ କୁଇନ୍‌ସଙ୍କ ଉପରେ ପର୍ଯ୍ୟବସିତ। ଏହାର କାହାଣୀ ଲେଖିଛନ୍ତି ଏସ୍. ହୁସେନ୍ ଜାଇଦି।

The post ପ୍ରଶଂସକ ଆଲିଆ first appeared on Sambad.

from ମନୋରଞ୍ଜନ | Sambad https://ift.tt/2WerQ2v

Post a Comment

0 Comments