
ଅନେକ ଦିନର ସ୍ବପ୍ନ ତାଙ୍କର ଏବେ ପୂରଣ ହେଇଛି। ବିଶ୍ବନାଥଙ୍କ ପରିକଳ୍ପିତ ବାସ୍ତବ କାହାଣୀ ଏବେ ସିନେମାରେ ରୂପାନ୍ତର ହେଇଛି। ଚଳିତ ମାସ ଅଗଷ୍ଟ ପନ୍ଦର ତାରିଖରେ ଚଳଚ୍ଚିତ୍ର ‘ସହିଦ ରଘୁ ସର୍ଦ୍ଦାର’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବ୍ରିଟିସ ଶାସକଙ୍କ ଅତ୍ୟାଚାରରେ କୋଲକାତାରେ ବଙ୍ଗୀୟ ଲୋକମାନେ ଯେତେବେଳେ ନିରବ ଥିଲେ, ସେତେବେଳେ ପ୍ରଥମେ ଓଡ଼ିଆ ଯୁବକ ରଘୁ ପଟ୍ଟନାୟକ ହିଁ ଇଂରେଜ ବିରୋଧରେ ସ୍ବର ଉଠାଇଥିଲେ। ଧୀରେଧୀରେ ସେଠାରେ ରହୁଥିବା ଓଡ଼ିଆ ଏବଂ ସ୍ଥାନୀୟ ବଙ୍ଗ ବାସିନ୍ଦା ମଧ୍ୟ ରଘୁଙ୍କ ସହ ବ୍ରିଟିସ୍ ବିରୋଧୀ ଆନ୍ଦୋଳନରେ ସାମିଲ ହେଇଥିଲେ। ରଘୁ ପଟ୍ଟନାୟକ ଏହାପରେ ରଘୁ ସର୍ଦ୍ଦାର ନାମରେ ପରିଗଣିତ ହେଲେ। ତାଙ୍କରି ସଂଗ୍ରାମୀ ଜୀବନ ଉପରେ ପର୍ଯ୍ୟବସିତ ନୂଆ ଚଳଚ୍ଚିତ୍ର ‘ସହିଦ ରଘୁ ସର୍ଦ୍ଦାର’ର କାହାଣୀ।
ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ଦେବାଶିଷ ଓ କାବ୍ୟାକିରଣ। ଏ ଦୁହିଁଙ୍କ ବ୍ୟତୀତ ରୁଦ୍ର, ଜିନା, ସନ୍ତୋଷ, ଟ୍ବିଙ୍କଲ୍, ସୁଧାକର ବସନ୍ତ ଓ ନିଜେ ନିର୍ଦ୍ଦେଶକ ରାଜୀବ ମହାନ୍ତିଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଡା. ବିଶ୍ୱନାଥ ପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ମହାନ୍ତି। ସଂଳାପ ଲେଖିଛନ୍ତି ରଜନୀ ରଂଜନ ଏବଂ ସଂଗୀତ ସଜାଇଛନ୍ତି ବିକାଶ ଶୁକ୍ଳା।
The post ବିଶ୍ୱନାଥଙ୍କ ପରିକଳ୍ପିତ ବାସ୍ତବ କାହାଣୀ ‘ସହିଦ ରଘୁ ସର୍ଦ୍ଦାର’ first appeared on Sambad.from ମନୋରଞ୍ଜନ | Sambad https://ift.tt/2W8eIMJ
0 Comments