
ବିଗ୍ ବସ୍ ସିଜିନ୍-୧୪ର ରୁବିନା ଦିଲାଇକ୍ ଓ ଅଭିନବ ଶୁକ୍ଳାଙ୍କ ପରି ଆଉ ଏକ ଚର୍ଚ୍ଚିତ ଯୋଡ଼ି ହେଉଛନ୍ତି ରାହୁଲ୍ ବୈଦ୍ୟ ଓ ଦିଶା ପାର୍ମାର୍। ସିଜିନ୍-୧୪ରେ ରୁବିନା ୱିନର୍ ହେଇଥିବା ବେଳେ ରାହୁଲ୍ ରନର୍ସଅପ୍ ହେଇଛନ୍ତି। ରାହୁଲ୍ ଜଣେ କଣ୍ଠଶିଳ୍ପୀ ହେଇଥିବା ବେଳେ ଦିଶା ଜଣେ ଭଲ ଅଭିନେତ୍ରୀ। ବିଗ୍ବସ୍ ଘରେ ଏ ଦୁହିଁଙ୍କ ଭିତରେ ଭାରି ନଖରାମି ଦେଖିବାକୁ ମିଳିଥିଲା। ଦର୍ଶକଙ୍କୁ ଲାଗୁଥିଲା ସମ୍ଭବତଃ ଏ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିବ। ସତକୁ ସତ ତାହା ହିଁ ହେଲା।
ଏ ପ୍ରେମ ସମ୍ପର୍କ ପୁଣି ବିବାହ ବନ୍ଧନ ଓ ଦାମ୍ପତ୍ୟରେ ପରିଣତ ହୋଇଛି। ଗତ ଜୁଲାଇ ୧୬ ତାରିଖରେ ମୁମ୍ବାଇଠାରେ ରାହୁଲ୍ ଦିଶାଙ୍କ ମଧ୍ୟରେ ଶୁଭ ପରିଣୟ ଅନୁଷ୍ଠିତ ହେଇଯାଇଛି। ବିବାହ ଉତ୍ସବ ଓ ରିସେପସନ୍ ପାର୍ଟିକୁ ଉଭୟ ବହୁ ସେଲିବ୍ରିଟିଙ୍କୁ ଆମନ୍ତ୍ରଣ କରିଥିଲେ। ରାହୁଲ୍ ‘ଖତ୍ରୋଁ କେ ଖିଲାଡ଼ି’ ସିଜିନ୍-୧୧ର ପ୍ରତିଯୋଗୀ ବନ୍ଧୁମାନଙ୍କୁ ଡାକିଥିଲେ। ‘ବିଗ୍ ବସ୍’ ଘରୁ ଚଳିତ ସିଜିନ୍ରେ ବିଜୟିନୀ ହେଇଥିବା ରୁବିନା ଦିଲାଇକ୍, ତାଙ୍କ ସ୍ବାମୀ ଅଭିନବ ଶୁକ୍ଳା, ନିକ୍କି ତାମ୍ବୋଲୀ ଓ ଜାନ୍ କୁମାର ସାନୁ ପ୍ରମୁଖଙ୍କୁ ନିମନ୍ତ୍ରଣ କରିଥିଲେ। ହେଲେ ଏମାନଙ୍କ ମଧ୍ୟରୁ କେହି ବିବାହ ଉତ୍ସବରେ ଯୋଗଦେଇ ନଥିଲେ। ଜାନ କୁମାର ସାନୁ କହିଛନ୍ତି ତାଙ୍କୁ ରାହୁଲ୍ କି ଦିଶା କେହି ହେଲେ ନିମନ୍ତ୍ରଣ ଦେଇନାହାନ୍ତି। କିନ୍ତୁ ରାହୁଲ୍ ତାଙ୍କ ଅତିଥିମାନଙ୍କ ତାଲିକାରେ ଜାନ୍ କୁମାରଙ୍କ ନାମ ଥିବାର ଦେଖାଇ ଜାନ୍ଙ୍କ ଅଭିମାନକୁ ଖଣ୍ଡନ କରିଥିଲେ। ଏହାପରେ ଅବଶ୍ୟ ଅଭିମାନ ଭୁଲି ଜାନ୍ କୁମାର ନବବିବାହିତ ଦମ୍ପତି ରାହୁଲ୍ ଓ ଦିଶାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଜାନ୍ କୁମାର ସାନୁ ହେଉଛନ୍ତି ବଲିଉଡ୍ର ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କ ପୁଅ। ସିଜିନ୍-୧୪ରେ ‘ବିଗ୍ ବସ୍’ ଘରେ ତାଙ୍କ ପ୍ରଦର୍ଶନ ଅନ୍ୟମାନଙ୍କ ତୁଳନାରେ ଖୁବ୍ ମଜାଦାର ହେଇଥିଲା। ତେବେ ବିଗ୍ବସ୍ ଘରର ଭଲ ବନ୍ଧୁ ରାହୁଲ୍ ଓ ଜାନ୍ କୁମାରଙ୍କ ଭିତରେ ଏଭଳି ଅବୁଝାମଣା ପରିସ୍ଥିତି ଉପୁଜିବ, ତାହା ଉଭୟଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରିନାହାନ୍ତି।
The post ନିମନ୍ତ୍ରଣ ନ ଥିଲା ନା ଅନୁପସ୍ଥିତ ଥିଲେ first appeared on Sambad.from ମନୋରଞ୍ଜନ | Sambad https://ift.tt/3j9mhKe
0 Comments