ବାପା ମା’ଙ୍କ ବାହାଘର

ଛୋଟ ଝିଅଟିଏ ନିଜ ବାପା ଓ ମା’ଙ୍କର ବିବାହ କରାଉଛି, ଏହା ଶୁଣିଲେ ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏଭଳି କାହିଁକି ଘଟୁଛି, କେଉଁ ପରିସ୍ଥିତିରେ ଘଟୁଛି ଏବଂ ଏହାଦ୍ବାରା କି ପରିଣାମ ହେଉଛି; ତାହା ଚଳଚ୍ଚିତ୍ରଟି ଦେଖିବା ପରେ ଜଣାପଡ଼ିବ। ଶ୍ରୀହାନ୍ କ୍ରିଏସନ୍ସ ନିବେଦିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମାମା ୱେଡ୍‌ସ ପାପା’ର ଶୁଭ ମହୁରତ୍‌ ପରେ ସୁଟିଂସେଟ୍‌କୁ ବାହାରିଛି। ଏହାର ପ୍ରଯୋଜନା କରୁଛନ୍ତି ବି. ଚନ୍ଦ୍ରପ୍ରିୟା ସୁବୁଦ୍ଧି ଓ ଅନୁପ ସିଂହ।

ଚଳଚ୍ଚିତ୍ର ପାଇଁ କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଆପୁ କାନୁନଗୋ। ସଂଳାପ ରଚନା କରିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ ଏବଂ ସଙ୍ଗୀତ ସଜାଉଛନ୍ତି ଆସାଦ ନିଜାମ। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ଏଥିରେ ପ୍ରମୁଖ ଚରିତ୍ରରେ ରିଷି, ଦୀପିକା ଥିବା ବେଳେ ଅନ୍ୟ ଭୂମିକାରେ ଜୀବନ ପଣ୍ଡା, ପ୍ରିୟଙ୍କା ମହାପାତ୍ର, ଐଶ୍ବର୍ଯ୍ୟା, ସ୍ମରଣିକା ପ୍ରମୁଖଙ୍କୁ ଦେଖିବାକୁ ମିଳିବ। କୋଭିଡ୍ କଟକଣା କୋହଳ ହେବା ପରେ ପୂରା ୟୁନିଟ୍ ସଦସ୍ୟ ସୁଟିଂସେଟ୍‌କୁ ଆସିବେ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ବରେ ଥିବା ଅମରେଶ କହିଛନ୍ତି।

The post ବାପା ମା’ଙ୍କ ବାହାଘର first appeared on Sambad.

from ମନୋରଞ୍ଜନ | Sambad https://ift.tt/3idU59V

Post a Comment

0 Comments