ବଡ଼ ପରଦାରେ ଏବେ କୁନିଝିଅ ଦିବ୍ୟାଂଶା। ନୂଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ରେ ଦିବ୍ୟାଂଶାଙ୍କ ଅଭିନୟ ଦେଖିବାକୁ ମିଳିବ। ଦିବ୍ୟାଂଶାଙ୍କର ସଙ୍ଗୀତ, ନୃତ୍ୟ, ଉପସ୍ଥାପନା ଓ ଅଭିନୟରେ ସବୁଥିରେ ଦକ୍ଷତା ରହିଛି। ଦିବ୍ୟାଂଶା ନିୟମିତ ଭାବେ ଯୋଗ ମଧ୍ୟ କରନ୍ତି। ଶ୍ରେଣୀରେ ପ୍ରଥମ ହେବା ସହିତ ଅନ୍ୟ କରିକୁଲାର ଆକ୍ଟିଭିଟିଜ୍ରେ ମଧ୍ୟ ନିପୁଣତା ରହିଛି ତାଙ୍କର। କେବଳ ଅଭିନେତ୍ରୀ କି ନୃତ୍ୟଶିଳ୍ପୀ ନୁହନ୍ତି, ଦିବ୍ୟାଂଶା ଜଣେ କଣ୍ଠଶିଳ୍ପୀ ମଧ୍ୟ।
୨୦୨୦ରେ ସେ ‘ରଜ କୁଇନ୍’ ଫାଇନାଲିଷ୍ଟ ରାଉଣ୍ଡରେ ପହଞ୍ଚିଥିଲେ। ରାଜ୍ୟ ଓ ରାଜ୍ୟ ବାହାରେ ଅନ୍ୟୁନ ପଚିଶଟି ନୃତ୍ୟଭିତ୍ତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଛନ୍ତି। ପୂର୍ବରୁ ପାଞ୍ଚଟି ମଡେଲିଂ ପ୍ରତିଯୋଗିତାରେ ଭାଗନେଇ ସଫଳ ହେଇଛନ୍ତି। ଏଇ ଚଳଚ୍ଚିତ୍ରରେ ରାକେଶ, ଭୂମିକା, ପ୍ରୀତିରାଜ ଶତପଥୀ, ମମତା ଦାଶ, ଦେବୀ ବାରିକ, ଜିତୁ, ସୀମା, ଲିପୁନ, ସଞ୍ଜୟ, ଭକ୍ତି, ଜ୍ଞାନ, ପ୍ରୀତି, ନଗେଶ, ଗୁଡ୍ଡି, କୁମାର, ବିକାଶ ଏବଂ ଶିଶୁ କଳାକାର ଭାବେ ଦେଖିବାକୁ ମିଳିବେ ସୁହାନା ଓ ଦିବ୍ୟାଂଶା। ଶିବିର ପରିଡ଼ା ଓ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କ ପ୍ରଯୋଜନାରେ ନିର୍ମିତ ଏଇ ଚଳଚ୍ଚିତ୍ରର ସହ ପ୍ରଯୋଜନା କରିଛନ୍ତି ବିବେକାନନ୍ଦ ବାରିକ ଓ ପାର୍ବତୀ ବାରିକ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ।
The post ବଡ଼ ପରଦାରେ ଏବେ କୁନିଝିଅ ଦିବ୍ୟାଂଶା first appeared on Sambad.from ମନୋରଞ୍ଜନ | Sambad https://ift.tt/3AR5DYa
0 Comments