ଆଗରେ ଆଲିଆ

ଆଲିଆଙ୍କ ଫାଷ୍ଟଲୁକ୍। ପାରମ୍ପରିକ ପୋଷାକରେ ଆଲିଆ ଆକର୍ଷଣୀୟ ଲାଗୁଛନ୍ତି। ଦକ୍ଷିଣୀ ସିନେମା ଇଣ୍ଡଷ୍ଟ୍ରିର ପରିଚିତ ନିର୍ଦ୍ଦେଶକ ଏସ୍.ଏସ୍. ରାଜା ମୌଲିଙ୍କ ନୂଆ ବଲିଉଡ୍ ମୁଭି ‘ଆର୍‌ଆର୍‌ଆର୍‌’ ଏବେ ଚର୍ଚ୍ଚାକୁ ଆସିଛି। ଡିଭିଭି ଦାନାୟାଙ୍କ ପ୍ରଯୋଜିତ ଏଇ ମୁଭିରେ ରାମଚରଣ, ଅଜୟ ଦେବଗନ, ଆଲିଭିଆ ମରିସ୍‌ଙ୍କ ସହ ପ୍ରମୁଖ ଭୂମିକାରେ ଆଲିଆ ଭଟ୍ଟ ବି ଅଛନ୍ତି। ଏଥିରେ ସାମୁଥିରାକାନି, ରାୟ ଷ୍ଟିଭେନ୍‌ସନ୍‌ ଏବଂ ଆଲିସାନ୍‌ ଡୁଡି ମଧ୍ୟ ସହ କଳାକାର ଭାବେ ଦେଖିବାକୁ ମିଳିବେ।

ଆଲୁରି ସୀତାରାମ ରାଜୁ ଏବଂ କୋମାରାମ ଭୀମ୍‌ ଓରଫ ରାମା ରାଓ; ଦୁଇ ଭାରତୀୟ ଆନ୍ଦୋଳନକାରୀଙ୍କ କାହାଣୀ ଉପରେ ଏହା ପର୍ଯ୍ୟବସିତ। ଏମାନେ ବ୍ରିଟିସରାଜ ଏବଂ ହାଇଦ୍ରାବାଦର ମୋଗଲ ଶାସକ ନିଜାମ୍‌ଙ୍କ ଅନ୍ୟାୟ ଶାସନ ବିରୋଧରେ ଆନ୍ଦୋଳନ କରିଥିଲେ। ଷ୍ଟୁଡେଣ୍ଟସ୍ ଅଫ୍ ଦ ଇୟର୍, ହାଇୱେ, ହମ୍ପଟି ଶର୍ମା କୀ ଦୁହ୍ଲନିଆଁ, କପୁର ଆଣ୍ଡ ସନ୍ସ, ଉଡତା ପଞ୍ଜାବ, ବଦ୍ରିନାଥ କୀ ଦୁହ୍ଲନିଆଁ, ଗଲିବୟ, କଲଙ୍କ, ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୨, ସଡକ-୨ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ଆଲିଆ ଅନ୍ୟମାନଙ୍କ ମଧ୍ୟରେ ଆଗଧାଡ଼ିକୁ ଆସିଯାଇଛନ୍ତି। ଆଗକୁ ଆସୁଛି ଆଲିଆଙ୍କ ଅଭିନୀତ ଗଙ୍ଗୁବାଈ କାଠିଆୱାଡ଼ି, ଆର୍‌ଆର୍‌ଆର୍, ବ୍ରହ୍ମାସ୍ତ୍ର, ଡାର୍ଲିଙ୍ଗସ୍‌ ପରି ଚଳଚ୍ଚିତ୍ର।

The post ଆଗରେ ଆଲିଆ first appeared on Sambad.

from ମନୋରଞ୍ଜନ | Sambad https://ift.tt/3qY1kWp

Post a Comment

0 Comments