ହିନ୍ଦୀ ଚଳଚ୍ଚିତ୍ର ‘ରିଫ୍ୟୁଜି’କୁ ୨୧ ବର୍ଷ ପୂରିଲା। ଦେଶ ସ୍ବାଧୀନତା ପାଇବା ପରେ ଭାରତ ପାକିସ୍ତାନ ତ ବିଭାଜିତ ହେଲା। ପୁଣି ୧୯୭୧ରେ ସ୍ବତନ୍ତ୍ର ବାଂଲାଦେଶ ଗଠନ ହେବା ପରେ ବିହାରର ମନ୍ଜୁର ଅହମ୍ମଦ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପୂର୍ବ ପାକିସ୍ତାନ ଚାଲିଯିବାକୁ ବାଧ୍ୟ କରାଗଲା। ପାକିସ୍ତାନ ଯିବାକୁ ହେଲେ ଢାକା ବାଟ ଦେଇ ଯିବାକୁ ହେବ। ପ୍ରଥମେ ବିହାରରୁ ଗୌହାଟି, ସେଠାରୁ ଦିଲ୍ଲୀ, ଦିଲ୍ଲୀରୁ ଅଜମେର୍ ଏବଂ ସେଠାରୁ ହାଜିପୀର ଦେଇ ପାକିସ୍ତାନରେ ପହଞ୍ଚିବାକୁ ପଡ଼ିବ। ଏଭଳି ଏକ ଜଟିଳ ସୀମା ଅତିକ୍ରମର କାହାଣୀକୁ ନେଇ ପ୍ରସ୍ତୁତ ହେଇଥିଲା ଚଳଚ୍ଚିତ୍ର ‘ରିଫ୍ୟୁଜି’ର କାହାଣୀ।
ସିନେମାର ଅବଧି ଥିଲା ୩.୩୦ ମିନିଟ୍। ‘ରିଫ୍ୟୁଜି’ର କାହାଣୀ ନିଜେ ନିର୍ଦ୍ଦେଶକ ଜେ.ପି ପରିକଳ୍ପନା କରିଥିଲେ। ବିନା ସ୍କ୍ରିପ୍ଟରେ ସୁଟିଂ ଆରମ୍ଭ ହେଇଯାଇଥିଲା। ଲୋକେସନ୍ରେ ବସି ତାଙ୍କ ସହ ନଜନିନ୍ ଯେତିକି ଲେଖୁଥିଲେ, ସେତିକି ସୁଟିଂ ହେଉଥିଲା। ଏଥିରେ ଶେଷ ପର୍ଯ୍ୟନ୍ତ ଅଭିଷେକ ଓ କରୀନାଙ୍କ ଚରିତ୍ରର ନାମକରଣ ହେଇ ନ ଥିଲା। ଏଇ ଚଳଚ୍ଚିତ୍ରରେ ଅଭିନୟ କରି କରୀନା ସେବର୍ଷ ପ୍ରଥମ ପ୍ରବେଶର ସମସ୍ତ ପୁରସ୍କାର ହାତେଇଥିଲେ। ହେଲେ ଅଭିଷେକ ହ୍ରିତିକଙ୍କ ପାଇଁ ପୁରସ୍କାର ହରାଇଥିଲେ। କାରଣ ‘କହୋ ନା ପ୍ୟାର ହୈ’ ମୁଭି ପାଇଁ ହ୍ରିତିକ୍ ରୋଶନଙ୍କୁ ସବୁ ପୁରସ୍କାର ମିଳିଥିଲା। ରଣଧୀର କପୁରଙ୍କ କହିବାନୁଯାୟୀ, ନିର୍ଦ୍ଦେଶକ ଜେ.ପି ତାଙ୍କ ସାନଝିଅ କରୀନାଙ୍କୁ ସୁଯୋଗ ଦେଇଥିଲେ। ଜେ.ପି କହିଛନ୍ତି, ଉଭୟ ଅଭିଷେକ ଓ କରୀନା ତାଙ୍କ ସନ୍ତାନ ପରି। ‘ରିଫ୍ୟୁଜି’ ଚଳଚ୍ଚିତ୍ରରେ ଉଭୟ ଅଭିଷେକ ଓ କରୀନାଙ୍କ ଚମତ୍କାର ଅଭିନୟ ପାଇଁ ନିର୍ଦ୍ଦେଶକ ଜେ.ପି ଗର୍ବିତ ବୋଲି କହନ୍ତି।
The post ସେମାନେ ମୋ ପିଲା ପରି first appeared on Sambad.from ମନୋରଞ୍ଜନ | Sambad https://ift.tt/2UFKpLS
0 Comments