‘ଲଭ୍‌ ହଷ୍ଟେଲ’ରେ ନଜର ଆସିବେ ବବି

ଅଭିନେତା ବବି ଦେୱଲ ନିଜ ଆଗାମୀ ଚଳଚ୍ଚିତ୍ର ସମ୍ପର୍କରେ ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ଆଗକୁ ତାଙ୍କୁ କ୍ରାଇମ୍‌ ଥ୍ରିଲର ‘ଲଭ୍‌ ହଷ୍ଟେଲ’ରେ ଦେଖିବାକୁ ମିଳିବ। ଶାହରୁଖ୍‌ ଖାନ୍‌ଙ୍କ ପ୍ରଯୋ‌ଜନା ସଂସ୍ଥା ‘ରେଡ୍‌ ଚିଲିଜ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ’ ଓ ‘ଦୃଶ୍ୟମ ଫିଲ୍ମସ୍‌’ ପକ୍ଷରୁ ଏହାର ପ୍ରଯୋଜନା କରାଯାଉଛି।

ଚଳଚ୍ଚିତ୍ରରେ ଅଭିନେତ୍ରୀ ସାନ୍ୟା ମଲହୋତ୍ରାଙ୍କୁ ବବିଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ସେହିପରି ଅଭିନେତା ବିକ୍ରାନ୍ତ ମେସିଙ୍କୁ ମଧ୍ୟ ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର କାହାଣୀ ଉତ୍ତର ଭାରତ ଉପରେ ପର୍ଯ୍ୟବସିତ ହେବ। ନିର୍ଦ୍ଦେଶକ ଶଙ୍କର ରମନ୍‌ ଏହାର ନିର୍ଦ୍ଦେଶନାରେ ରହିବେ। ଆସନ୍ତାବର୍ଷ ପ୍ରଥମ ଭାଗରେ ଏହାର ସୁଟିଂ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି।

The post ‘ଲଭ୍‌ ହଷ୍ଟେଲ’ରେ ନଜର ଆସିବେ ବବି first appeared on Sambad.



from ମନୋରଞ୍ଜନ – Sambad https://ift.tt/3jONhgq

Post a Comment

0 Comments