ଭାଇରାଲ୍‌ ହେଉଛି ମୁକେଶ ଖାନ୍ନାଙ୍କ ବିବାଦୀୟ ବୟାନ

‘ଶକ୍ତିମାନ’ ଭା‌ବେ ସାରା ଦେଶରେ ସୁନାମ ଅର୍ଜନ କରି ୯୦ ଦଶକର ପିଲାମାନଙ୍କ ସୁପର ହିରୋ ସାଜିଥିବା ମୁକେଶ ଖାନ୍ନା ନିଜ ଅନିୟନ୍ତ୍ରିତ ଜିଭ ଯୋଗୁଁ ଖଳନାୟକ ହେବାକୁ ଲାଗିଛନ୍ତି। ମହିଳାଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା ତାଙ୍କର ଏକ ପୁରୁଣା ଭିଡିଓ ପୁଣି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ମି ଠୁ… ଅଭିଯାନ ଉପରେ ମନ୍ତବ୍ୟ ଦେଇ ସେ ଏହି ଭିଡିଓରେ କହିଥିଲେ, ମହିଳାମାନେ ଘରକୁ ବାହାରିବା ହିଁ ଏହି ସମସ୍ୟାର ମୂଳ କାରଣ। ସେ ଏହି ଭିଡିଓରେ କହୁଛନ୍ତି, ଏହି ମି ଠୁ ସମସ୍ୟା ସେବେଠାରୁ ଆରମ୍ଭ ହୋଇଛି, ଯେବେଠାରୁ ମହିଳାମାନେ ଘରୁ ବାହାରି କାମ କରୁଛନ୍ତି। ମହିଳାମାନେ ପୁରୁଷଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କାମ କରିବା ଦରକାର, କିନ୍ତୁ ସେମାନେ ଏହା ବୁଝୁନାହାନ୍ତି ଯେ ଏଭଳି କରିବା ଦ୍ବାରା ସେମାନଙ୍କ ପିଲାମାନଙ୍କୁ ସବୁଠାରୁ ଅଧିକ କଷ୍ଟ ସହିବାକୁ ପଡ଼ୁଛି। ପିଲାମାନେ ଏବେ ଆୟା(ଘରୋଇ ସହାୟିକା)ଙ୍କ ସହିତ ରହିବାକୁ ବାଧ୍ୟ ହେଉଛନ୍ତି। ଆୟାଙ୍କ ସହ ବସି ପିଲା ‘କ୍ୟୁକି ଶାଶ୍ ଭି କଭି ବହୂ ଥି’ ଭଳି ଟିଭି ଧାରାବାହିକ ଦେଖୁଛନ୍ତି। ପୁରୁଷ ସବୁବେଳେ ପୁରୁଷ ଏବଂ ନାରୀ, ନାରୀ ହୋଇଥାଏ। ମୁକେଶ ଖାନ୍ନାଙ୍କ ଏଭଳି ଭିଡିଓକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ନାପସନ୍ଦ କରିଛନ୍ତି। ନିଜର ଏହି ବୟାନ ଉପରେ ମୁକେଶ ଖାନ୍ନା ଏଯାଏଁ କୌଣସି ସଫେଇ ଦେଇ ନାହାନ୍ତି।

The post ଭାଇରାଲ୍‌ ହେଉଛି ମୁକେଶ ଖାନ୍ନାଙ୍କ ବିବାଦୀୟ ବୟାନ first appeared on Sambad.



from ମନୋରଞ୍ଜନ – Sambad https://ift.tt/34McCn3

Post a Comment

0 Comments