
ପରଲୋକରେ ହଲିଉଡର ଦିଗ୍ଗଜ ଅଭିନେତା ତଥା ‘ଜେମ୍ସ ବଣ୍ଡ’ ଚରିତ୍ରର ପ୍ରଥମ ଅଭିନେତା ସନ୍ କନେରି। ବହାମସ୍ରେ ରାତିରେ ଶୋଇଥିବା ସମୟରେ ତାଙ୍କର ପରଲୋକ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସନ୍ କନେରି ବଡ଼ ପରଦାରେ ପ୍ରଥମ ଥର ପାଇଁ ଜେମ୍ସ ବଣ୍ଡ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସେ ୭ଟି ଫିଲ୍ମରେ ଜେମ୍ସ ବଣ୍ଡର ଅଭିନୟ କରିଛନ୍ତି। ଯାହା ତାଙ୍କ ଦର୍ଶକ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛି ଓ ଏହି ଚରିତ୍ର ହିଁ ତାଙ୍କୁ ବଡ଼ ପରଦାର ବଡ଼ ଅଭିନେତା କରିଦେଇଥିଲା। ୨୦୦୩ରେ ସେ ଶେଷ ଥର ପାଇଁ ‘ଦ ଲିଗ୍ ଅଫ୍ ଏକ୍ସଟ୍ରାଅଡିନାରି ଜେଣ୍ଟେଲମ୍ୟାନ୍’ରେ ନଜର ଆସିଥିଲେ।
ନିଜ ୫୦ ବର୍ଷର ସ୍ବର୍ଣ୍ଣିମ ଅଭିନୟ ଜୀବନରେ ସେ ବହୁ ସମ୍ମାନଜନକ ପୁରସ୍କାରର ଅଧିକାରୀ ହୋଇଛନ୍ତି। ‘ଦ ଅନ୍ଟଚେବୁଲ୍ସ୍’ ଚଳଚ୍ଚିତ୍ର ପାଇଁ ସେ ଓସ୍କାର ସମ୍ମାନ ବି ପାଇଛନ୍ତି। ଏଥିସହ ୩ଟି ‘ଗୋଲ୍ଡେନ୍ ଗ୍ଲୋବ୍ସ୍’ ଓ ୨ଟି ବଫ୍ତା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ୧୯୬୨ରୁ ୧୯୮୩ ମଧ୍ୟରେ ‘ନୋ ଟୁ ୟୁ ଲାଇଭ୍ ଟ୍ବାଇସ୍’, ‘ପ୍ଲସ୍ ଡାଇମଣ୍ଡସ୍ ଆର ଫରଏଭର’ ଓ ‘ନେଭର ସେ ନେଭର ଏଗେନ୍’ରେ ସେ ମଧ୍ୟ ଅଭନୟ କରିଥିଲେ। ଏହାବ୍ୟତୀତ ସେ ‘ମେରାଇନ୍’(୧୯୬୪), ‘ମର୍ଡର ଅନ ଦି ଓରିଏଣ୍ଟ ଏକ୍ସପ୍ରେସ୍’ (୧୯୭୪), ‘ଦ ମ୍ୟାନ୍ ହୁ ଉଡ୍ ବି କିଙ୍ଗ’(୧୯୭୫), ‘ଦ ନେମ୍ ଅଫ ଦ ରୋଜ୍’ (୧୯୮୬), ‘ହାଇଲ୍ୟାଣ୍ଡର’ (୧୯୮୬) ଓ ‘ଫାଇଣ୍ଡିଙ୍ଗ ଫରେଷ୍ଟର୍’(୨୦୦୦)ଭଳି ଅନେକ ଫିଲ୍ମ କରିଛନ୍ତି।
The post ପରଲୋକରେ ପ୍ରଥମ ଜେମ୍ସ୍ ବଣ୍ଡ ଓରଫ୍ ସନ୍ କନେରି first appeared on Sambad.
from ମନୋରଞ୍ଜନ – Sambad https://ift.tt/35U298m
0 Comments