
ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଓ ବେବୋ କରୀନା କପୁରଙ୍କ ପ୍ରେମ କାହାଣୀ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନୁହେଁ। ସୁଟିଂ ସମୟରେ ଦେଖା, ବନ୍ଧୁତ୍ବ, ପ୍ରେମ ଓ ପରେ ବିଭିନ୍ନ ବିବାଦ ମଧ୍ୟରେ ବିବାହ। ନିଜର ଅଷ୍ଟମ ବିବାହ ବାର୍ଷିକୀ ଅବସରରେ ଏକ ସାକ୍ଷାତକାରରେ କରୀନା କହିଛନ୍ତି, ସୈଫଙ୍କୁ ବିବାହ କରିବା ପାଇଁ ତାଙ୍କୁ ନିଜ ପିତା ରଣଧୀର କପୁର ଓ ମା’ ବବିତା କପୁରଙ୍କୁ ଧମକାଇବାକୁ ପଡ଼ିଥିଲା।
ସେ ଆହୁରି କହିଛନ୍ତି, ସେତେବେଳେ ଗଣମାଧ୍ୟମରେ ଆମକୁ ନେଇ ଏତେ ଚର୍ଚ୍ଚା ହେବା ପରେ ସୈଫ୍ ଆଉ ମୁଁ ଚାହୁଥିଲୁ, ଉଭୟ ପରିବାରର ସହମତିରେ ଆମ ବିବାହ ହୋଇଯାଉ। ମୋ ବାପା ମା’ଙ୍କୁ ବି ମୁଁ ଏଥିପାଇଁ ରାଜି କରାଇଥିଲି। କିନ୍ତୁ ଯଦି ତାଙ୍କ ନିଷ୍ପତ୍ତି ବଦଳେ, ତେବେ ସୈଫ୍ ଓ ମୁଁ ଲଣ୍ଡନରେ ଚୁପ୍ଚାପ ବିବାହ କରିନେବୁ ବୋଲି ମୁଁ ଧମକ ଦେଇଥିଲି।
The post ବିବାହ ପାଇଁ ଧମକାଇଥିଲେ ବେବୋ first appeared on Sambad.
from ମନୋରଞ୍ଜନ – Sambad https://ift.tt/3dB3AvZ
0 Comments