କୁମାର ସାନୁଙ୍କୁ କରୋନା

ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ସେ ତାଙ୍କର ଲସ୍‌-ଏଞ୍ଜେଲ୍‌ସ୍‌ ଗସ୍ତକୁ ବାତିଲ୍‌ କରିଛନ୍ତି। ଆମେରିକାରେ ରହୁଥିବା ତାଙ୍କ ପରିବାରକୁ କୁମାର ୯ ମାସ ହେଲା ଭେଟିନାହାନ୍ତି। ଗତ ବୁଧବାର ସେ ଆମେରିକା ଯିବାକୁ ଯୋଜନା କରିଥିଲେ। କିନ୍ତୁ ଏବେ ସେ ସଂକ୍ରମିତ ହୋଇଥିବାରୁ ନିଜ ପରିବାର ପାଖକୁ ଯିବା ସମ୍ଭବ ନୁହେଁ। କୁମାର କହିଥିଲେ, ଅକ୍ଟୋବର ୨୦ ତାରିଖରେ ମୋ ଜନ୍ମଦିନ ପଡ଼ୁଥିବାରୁ ମୋ ପରିବାର ସହ ପାଳନ କରିବି। ପତ୍ନୀ ସଲୋନି, ଝିଅ ଶାନନ୍‌ ଓ ଆନାବେଲ୍‌ ମୋର ବହୁତ ମନେ ପଡ଼ୁଛନ୍ତି।

The post କୁମାର ସାନୁଙ୍କୁ କରୋନା first appeared on Sambad.



from ମନୋରଞ୍ଜନ – Sambad https://ift.tt/2T1A2hv

Post a Comment

0 Comments