
ସିବିଆଇ ତଦନ୍ତ ସାରିବା ପୂର୍ବରୁ ସୁଶାନ୍ତ ମୃତ୍ୟୁ ମାମଲାରେ ଏମ୍ସ୍ ରିପୋର୍ଟର ବିଶ୍ଳେଷଣ ପାଇଁ ଆଉ ଏକ ମେଡିକାଲ ଟିମ୍ ନିୟୋଜନ କରାଯାଉ। ସାଂସଦ ସୁବ୍ରମଣ୍ୟମ ସ୍ବାମୀ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଏପରି ଅନୁରୋଧ କରିଛନ୍ତି। ଅପରପକ୍ଷେ ଶ୍ରୀ ସ୍ବାମୀ ସଂସଦ ଷ୍ଟାଣ୍ଡିଂ କମିଟି ବୈଠକରେ ସେ ସୁଶାନ୍ତ ମୃତ୍ୟୁ ମାମଲା ଓ ଏମ୍ସ୍ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଦି ପ୍ରସଙ୍ଗ ଉଠାଇଛନ୍ତି।
ଗତ ୮ ତାରିଖ ଦିନ କମିଟିର ଅଧ୍ୟକ୍ଷଙ୍କୁ ସାଂସଦ ଚିଠି ଲେଖି ଏମ୍ସ୍ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଥିଲେ। କମିଟି ଅଧ୍ୟକ୍ଷ ସାଂସଦଙ୍କୁ ଏନେଇ ସବିଶେଷ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏମ୍ସ୍ ଫରେନ୍ସିକ୍ ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା ସାଂସଦଙ୍କୁ ଭେଟି ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ରଖିବା ସହ ଏନେଇ ସମସ୍ତ ସ୍ପଷ୍ଟୀକରଣ ଦେଇଛନ୍ତି।
The post ଆଉ ଏକ ଡାକ୍ତରୀଦଳ ନିୟୋଜନ ପାଇଁ ସ୍ବାମୀଙ୍କ ଅନୁରୋଧ first appeared on Sambad.
from ମନୋରଞ୍ଜନ – Sambad https://ift.tt/31gaxxp
0 Comments