କ୍ଷମା ମାଗିଲା ଇରୋଜ୍ ନାଓ

ନବରାତ୍ରିକୁ ନେଇ ଦ୍ବିଅର୍ଥବୋଧକ ପୋଷ୍ଟ କରିବା ଚଳଚ୍ଚିତ୍ର ନିର୍ମାଣ କମ୍ପାନି ଇରୋଜ୍ ନାଓକୁ ମହଙ୍ଗା ପଡ଼ିଛି। ସାମାଜିକ ଗଣମାଧ୍ୟମରେ କମ୍ପାନିକୁ ବୟକଟ୍ କରିବା ନେଇ ଅଭିଯାନ ଆରମ୍ଭ ହୋଇଯାଇଛି। ଯଦିଓ ଟ୍ରୋଲ ହେବା ପରେ କମ୍ପାନି ଏଥିପାଇଁ ଭୁଲ୍ ମାଗିଛି ତଥାପି ଲୋକଙ୍କ ରାଗ ଶାନ୍ତ ହୋଇନାହିଁ। ଇରୋଜ୍‌ ନାଓ ଭୁଲ୍ ମାଗିବା ସହ ଉଲ୍ଲେଖ କରିଛି, ‘ଆମେ ସବୁ ଧର୍ମକୁ ସମ୍ମାନ କରୁ। କୌଣସି ବି ଭାବନାକୁ ଆଘାତ କରିବାର ଆମର କୌଣସି ଉଦ୍ଦେଶ୍ୟ ନାହିଁ। ଆମେ ସେହି ପୋଷ୍ଟ ହଟାଇ ଦେଇଛୁ ଓ ଏଥିପାଇଁ ଭୁଲ୍ ବି ମାଗୁଛୁ।’

ପ୍ରକାଶ ଥା‌ଉ କି, କମ୍ପାନି ନବରାତ୍ରିକୁ ନେଇ ଏକ ଦ୍ବିଅର୍ଥବୋଧକ ପୋଷ୍ଟ କରିଥିଲା। ଏଥିରେ ଗୋଟେ ପଟେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଅତି ବୋଲ୍ଡ ଫଟୋ ରହିଥିବା ବେଳେ ସେଥିରେ ନବରାତ୍ରିକୁ ନେଇ ଅଶ୍ଳୀଳ କଥା ଲେଖାଯାଇଥିଲା। ଏହି ପୋଷ୍ଟରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଇଥିଲା। ଏଥିପାଇଁ ଲୋକମାନେ ବିରକ୍ତ ପ୍ରକାଶ କରିବା ସହ ସାମାଜିକ ଗଣମାଧ୍ୟମରେ #BoycottErosNow ଅଭିଯାନ ଆରମ୍ଭ ହୋଇଯାଇଥିଲା। ଅନ୍ୟପଟେ ଅଭିନେତ୍ରୀ କଙ୍ଗନା ରାଣାୱତ ଇରୋଜ୍ ନାଓକୁ ତିରସ୍କାର କରିବା ସହ ଓଟିଟି ପ୍ଲାଟ୍‌ଫର୍ମକୁ ପର୍ଣ୍ଣ ହବ୍‌ ବୋଲି କହିଛନ୍ତି।

The post କ୍ଷମା ମାଗିଲା ଇରୋଜ୍ ନାଓ first appeared on Sambad.



from ମନୋରଞ୍ଜନ – Sambad https://ift.tt/3mcBvxX

Post a Comment

0 Comments