ହ୍ରିତିକଙ୍କ ମା’ କରୋନା ଆକ୍ରାନ୍ତ

ଅଭିନେତା ହ୍ରିତିକ ରୋଶନଙ୍କ ମା’ ପିଙ୍କି ରୋଶନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ ଏବେ ନିଜ ଘରଠାରୁ ଦୂରରେ ସ୍ବାମୀ ରାକେଶ ରୋଶନଙ୍କ ସହ ଖଣ୍ଡାଲାରେ ରହୁଛନ୍ତି। ନିୟମିତ ଯୋଗ କରୁଥିବାରୁ ପିଙ୍କିଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇନଥିବା ଜଣାପଡ଼ିଛି।

ପିଙ୍କି କହିଛନ୍ତି, ଆମ ପରିବାରର ସମସ୍ତେ ପ୍ରତି ୨୦ ଦିନରେ ନିଜର କରୋନା ପରୀକ୍ଷା କରେଇନେଉ। ଗତ ସପ୍ତାହରେ ମୋ ରି‌ପୋର୍ଟ ପଜିଟିଭ୍‌ ଆସିଛି। ଡାକ୍ତର କହିଛନ୍ତି, ନିୟମିତ ଯୋଗ କରୁଥିବାରୁ କରୋନାର ବିଶେଷ କିଛି ଲକ୍ଷଣ ମୋ ଶରୀରରେ ନାହିଁ। କିନ୍ତୁ ଭୂତାଣୁ ୧୫ ଦିନ ପର୍ଯ୍ୟନ୍ତ ମୋ ଶରୀରରେ ରହିବ। ଶୁକ୍ରବାର ଦିନ ମୁଁ ଆଉ ଏକ ପରୀକ୍ଷା କରାଇନେବି। ଆଶା କରୁଛି ଏଥର ରିପୋର୍ଟ ନେଗେଟିଭ୍‌ ଆସିବ।

The post ହ୍ରିତିକଙ୍କ ମା’ କରୋନା ଆକ୍ରାନ୍ତ first appeared on Sambad.



from ମନୋରଞ୍ଜନ – Sambad https://ift.tt/2IS1pZv

Post a Comment

0 Comments