
ଦିଗ୍ଗଜ୍ ଅଭିନେତା କାଦର ଖାନ୍ଙ୍କର ଆଜି ଜୟନ୍ତୀ। ୨୦୧୮ ମସିହା ଡିସେମ୍ବର ୩୧ ତାରିଖରେ ସେ ଦୁନିଆ ଛାଡ଼ି ଚାଲିଯାଇଥିଲେ। ହେଲେ ବଲିଉଡ୍କୁ ତାଙ୍କ ଅବଦାନ ଆଜି ବି ତାଙ୍କୁ ଅମର ରଖିଛି। ଆଜି ଜନ୍ମ ଦିନ ଅବସରରେ ତାଙ୍କ ପୁରୁଣା ଏକ ସାକ୍ଷାତକାର ମନେ ପଡ଼ିଯାଉଛି। ମହାନାୟକ ଅମିତାଭ ବଚ୍ଚନଙ୍କୁ ସାର୍ ଜୀ ଡାକି ନପାରିବାରୁ, ସେ ଧୀରେଧୀରେ ଚଳଚ୍ଚିତ୍ର ଦୁନିଆରୁ ଦୂରେଇ ଯାଇଥିଲେ ବୋଲି ସେ ନିଜେ ଏକ ସାକ୍ଷାତକାରରେ କହିଥିଲେ।
କାଦର ଖାନ୍ ଅମିତାଭ ବଚ୍ଚନଙ୍କ ସାଙ୍ଗ ଥିବାରୁ ସେ ସବୁବେଳେ ତାଙ୍କୁ ଅମିତ କହି ଡାକୁଥିଲେ। ଏକଦା ଦକ୍ଷିଣର ଜଣେ ପ୍ରଯୋଜକ କାଦର ଖାନ୍ଙ୍କୁ କହିଥିଲେ, ଆପଣ ସାର୍ ଜୀଙ୍କୁ ଭେଟିଲେ କି ନାହିଁ। କାଦର ଖାନ୍ ସେତେବେଳେ ଜାଣିପାରିଥିଲେ ସେ ପ୍ରଯୋଜକ ଜଣକ ଅମିତାଭ ବଚ୍ଚନଙ୍କ ବିଷୟରେ ପଚାରୁଛନ୍ତି। ଏହାପରେ ସୁଟିଂ ସେଟ୍ର ସମସ୍ତ କଳାକାର ଓ ସଦସ୍ୟ ଅମିତାଭ୍ଙ୍କୁ ସାର୍ ବୋଲି ସମ୍ବୋଧନ କରିଥିଲେ। କିନ୍ତୁ କାଦର୍ ଖାନ୍ ଅମିତାଭ୍ଙ୍କୁ ସାର୍ ଡାକିବାରେ ସହଜ ଅନୁଭବ କରିନଥିଲେ। ଫଳରେ ଧୀରେଧୀରେ ଚଳଚ୍ଚିତ୍ରରୁ ଦୂରେଇବାରେ ଲାଗିଲେ। ଏମିତି ଭାବେ ଅମିତାଭଙ୍କ ସହ ମିଳୁଥିବା ‘ଖୁଦା ଗବାହ’, ‘ଗଙ୍ଗା ଯମୁନା ସରସ୍ବତୀ’ ଭଳି ଅନେକ ଚଳଚ୍ଚିତ୍ର ପାଇଁ ହଁ ଭରିଥିଲେ ବି ପର ମୂହୁର୍ତରେ ମନା କରିଦେଇଥିଲେ। କିନ୍ତୁ ଅମିତାଭ ଏମିତି କେବେ କିଛି ଭାବିନଥିଲେ। କାଦରଙ୍କ ଦେହାନ୍ତ ଖବର ଶୁଣି ଅମିତାଭ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏପରିକି କାଦର ଖାନ୍ ବି ବଲିଉଡ୍ରେ ସବୁଠାରୁ ଅଧିକ ଅମିତାଭଙ୍କୁ ହିଁ ଭଲ ପାଉଥିଲେ ବୋଲି କାଦରଙ୍କ ପୁଅ ସର୍ଫରୋଜ ଏକ ସାକ୍ଷାତକାରରେ କହିଥିଲେ।
The post ବିଗ୍ ବିଙ୍କୁ ସାର୍ ଡାକି ନପାରି ଫିଲ୍ମରୁ ଦୂରେଇ ଯାଇଥିଲେ କାଦର ଖାନ୍ first appeared on Sambad.
from ମନୋରଞ୍ଜନ – Sambad https://ift.tt/3jnJKFy
0 Comments