ଧର୍ମେନ୍ଦ୍ରଙ୍କର ବଡ଼ ପ୍ରଶଂସକ ଥିଲେ ଶତୃଘ୍ନ ସିହ୍ନା

ଅଭିନେତା ଶତୃଘ୍ନ ସିହ୍ନା କମେଡି ସୋ’ ‘ଦି କପିଲ୍‌ ଶର୍ମା ସୋ’ରେ ନିଜ ଜୀବନ ସମ୍ପର୍କିତ ବହୁ ଅନାଲୋଚ୍ୟ କଥା ଖୋଲି କହିଛନ୍ତି। ଏଥର ସୋ’କୁ ଶତୃଘ୍ନଙ୍କ ସହ ତାଙ୍କ ପୁଅ ଲବ ସିହ୍ନା ଆସିବେ। ସୋସିଆଲ ମିଡିଆରେ ଚ୍ୟାନେଲ୍‌ ଏକ ଟିଜର ଭିଡିଓ ଜାରି କରିଛି। ଯେଉଁଥିରେ ଶତୃଘ୍ନ କହିଛନ୍ତି, ସେ ଧର୍ମେନ୍ଦ୍ରଙ୍କର ବହୁତ ବଡ଼ ପ୍ରଶଂସକ ଥିଲେ। ଯେବେ ସେ ପ୍ରଥମଥର ଧର୍ମେନ୍ଦ୍ରଙ୍କ ସହ କଥା ହେବାକୁ ଚେଷ୍ଟା କଲେ ସେତେବେଳେ ତାଙ୍କର ଧର୍ମେନ୍ଦ୍ରଙ୍କୁ ପ୍ରଥମ ପ୍ରଶ୍ନ ଥିଲା, ଆପଣ ଚୁଟିରେ କି ତେଲ ଲଗାନ୍ତି। ଶତୃଘ୍ନଙ୍କ ଏପରି କଥା ଶୁଣି କପିଲ୍‌ ଶର୍ମା ଓ ଅର୍ଚ୍ଚନା ପୁରନ ସିଂହ ଖୁବ୍‌ ହସୁଥିବା ଦେଖିବାକୁ ମିଳୁଛି।

The post ଧର୍ମେନ୍ଦ୍ରଙ୍କର ବଡ଼ ପ୍ରଶଂସକ ଥିଲେ ଶତୃଘ୍ନ ସିହ୍ନା first appeared on Sambad.



from ମନୋରଞ୍ଜନ – Sambad https://ift.tt/3dsGSG7

Post a Comment

0 Comments