ନେହା କକ୍କଡ଼ଙ୍କ ବିବାହକୁ ନେଇ ବିଶାଲ ଦଦଲାନି ଦ୍ୱନ୍ଦ୍ୱରେ

କଣ୍ଠଶିଳ୍ପୀ ନେହା କକ୍କଡ଼ ଓ ରୋହନପ୍ରୀତ ସିଂହଙ୍କ ନୂଆ ଗୀତର ପୋଷ୍ଟର ମୁକ୍ତିଲାଭ କରିଛି। ତେବେ ଇଣ୍ଡିଆନ ଆଇଡଲ୍‌ର ବିଚାରକ ବିଶାଲ ଦଦଲାନିଙ୍କୁ ଏହା ଦ୍ବନ୍ଦ୍ବରେ ପକାଇଦେଇଛି। କିଛିଦିନ ହେବ ନେହା ଓ ରୋହନପ୍ରୀତଙ୍କ ବିବାହକୁ‌‌ ନେଇ ଖୁବ୍‌ ଚର୍ଚ୍ଚା ହେଉଥିବା ବେଳେ ଦୁହେଁ ନିକଟରେ ନିଜ ସମ୍ପର୍କକୁ ନେଇ ସ୍ପଷ୍ଟ କରିଛନ୍ତି।

ମାତ୍ର ବିଶାଲ ଏକ ପୋଷ୍ଟରେ ଲେଖିଛନ୍ତି, ନେହା ତୁମେ ରୋହନପ୍ରୀତଙ୍କୁ ବିବାହ କରୁଛ ଯଦି ସଫା ସଫା କୁହ। ପୁଣି ଲେଖିଛନ୍ତି, ଏହା ତୁମର କୌଣସି ନୂଆ ଫିଲ୍ମ କିମ୍ବା ଗୀତର ପୋଷ୍ଟର ନା ତୁମେ ସତରେ ବିବାହ କରୁଛ? ସୂଚନାଯୋଗ୍ୟ ରୋହନପ୍ରୀତ ଓ ନେହାଙ୍କ ଭିଡିଓ ସଂଗୀତ ‘ନେହୁ ଦ ବ୍ୟାହ’ ୨୧ ଅକ୍ଟୋବରରେ ମୁକ୍ତିଲାଭ କରିବ। ରୋହନପ୍ରୀତ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି ସାଙ୍ଗମାନେ ମତେ ଯେଉଁ ଦିନକୁ ଅପେକ୍ଷା ଥିଲା ସେଦିନ ଆସିଗଲା। ମୋ ଘରବାଲି ନେହୁ ସହ ମୋ ଗୀତ ଆସୁଛି। ଏହି ଗୀତ ନେହା ଲେଖିବା ସହ ସଂଗୀତ କରିଛନ୍ତି।

The post ନେହା କକ୍କଡ଼ଙ୍କ ବିବାହକୁ ନେଇ ବିଶାଲ ଦଦଲାନି ଦ୍ୱନ୍ଦ୍ୱରେ first appeared on Sambad.



from ମନୋରଞ୍ଜନ – Sambad https://ift.tt/3k3lwBY

Post a Comment

0 Comments