ରଜନୀକାନ୍ତ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ

ସୁପରଷ୍ଟାର ରଜନୀକାନ୍ତଙ୍କ ମାଲିକାନାରେ ଥିବା ରାଘବେନ୍ଦ୍ର ବିବାହ ମଣ୍ଡପର କର ବାବଦରେ ୬.୫୦ ଲକ୍ଷ ଟଙ୍କା ଦେବା ପାଇଁ ‌ଗ୍ରେଟର ଚେନ୍ନାଇ କର୍ପୋରେସନ ନୋଟିସ୍‌ ଦେବା ପ‌ରେ ଏହାକୁ ଚ୍ୟାଲେଞ୍ଜ କରିବା କରି ସେ ମାଡ୍ରାସ ହାଇକୋର୍ଟରେ ରିଟ୍‌ ପିଟିସନ ଦାୟର କରିଛନ୍ତି।

ସେ କହିଛନ୍ତି ଯେ ସେ ନିଜ ବିବାହ ମଣ୍ଡପ ପାଇଁ ନିୟମିତ କର ପୈଠ କରି ଆସୁଛନ୍ତି। ଗତ ଫେବ୍ରୁଆରି ମାସରେ ବି ସେ ଶେଷଥର କର ଦେଇଥିଲେ। ମାତ୍ର ମହାମାରୀ ଯୋଗୁଁ ସରକାର ଲକ୍‌ଡାଉନ ଘୋଷଣା କରିବାରୁ ମାର୍ଚ୍ଚ ୨୪ ତାରିଖରୁ ଏପର୍ଯ୍ୟନ୍ତ ବିବାହ ମଣ୍ଡପ ଭଡ଼ାରେ ଦିଆଯାଇନାହିଁ। ହେଲେ କର୍ପୋରେସନ ତାଙ୍କୁ ଏପ୍ରିଲ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ କର ପୈଠ ପାଇଁ କହିଛନ୍ତି। ତେବେ ଏନେଇ ହାଇକୋର୍ଟ ରଜନୀକାନ୍ତଙ୍କୁ କହିଛନ୍ତି, ଏ ବାବଦରେ ସେ କୋର୍ଟ ନଆସି କର୍ପୋରେସନକୁ ରିମାଇଣ୍ଡର ପଠାନ୍ତୁ।

The post ରଜନୀକାନ୍ତ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ first appeared on Sambad.



from ମନୋରଞ୍ଜନ – Sambad https://ift.tt/3dw6v9k

Post a Comment

0 Comments