ପୁଅ ପାଇଁ କ୍ଷମା ମାଗିଲେ କୁମାର ସାନୁ

‘ବିଗ୍‌ବସ୍‌-୧୪’ରେ ବଲିଉଡ୍‌ ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କ ପୁଅ ଜାନ୍‌ କୁମାର ସାନୁ ମରାଠୀ ଭା‌ଷା ବିଷୟରେ ଖରାପ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ଜାନ୍‌ଙ୍କ ଏହି ମନ୍ତବ୍ୟରେ ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ସୋ’ ବନ୍ଦ କରିବାକୁ କଲର୍ସ ଚ୍ୟାନେଲକୁ ଧମକ ଦିଆଯାଇଥିଲା। ଏବେ ବିବାଦକୁ ନ ବଢ଼ାଇ ପୁଅ ପାଇଁ କୁମାର ସାନୁ ନିଜେ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି।

ଏହି ଭିଡିଓରେ କରୋନା ସଂକ୍ରମିତ ହୋଇଥିବା ସମୟରେ ବିଏମ୍‌ସି (ବ୍ରିହାନମୁମ୍ବାଇ ମୁନିସିପାଲ୍‌ଟି କର୍ପୋରେସନ୍‌)ର ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଜାନ୍‌ଙ୍କ ମରାଠୀ ଭାଷାକୁ ନେଇ ମନ୍ତବ୍ୟ ଉପରେ ଲଜ୍ଜିତ ଅନୁଭବ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ଏହି ମୁମ୍ବାଇ ସହର ଓ ମୁମ୍ବା ଦେବୀଙ୍କ ଆଶୀର୍ବାଦରୁ ମତେ ପରିଚୟ ମିଳିଛି। ମୁଁ ସମସ୍ତ ଭାଷାକୁ ଭଲ ପାଏ ଓ ସମ୍ମାନ କରେ। ମୁଁ ମହାରାଷ୍ଟ୍ରର କି ମରାଠୀ ଭାଷାର ଅପମାନ କଥା କେବେ ବି ଚିନ୍ତା କରିନି। ଦୀର୍ଘ ୨୭ ବର୍ଷ ଧରି ଜାନ୍‌ ନିଜ ମା’ଙ୍କ ପାଖରେ ରହୁଛନ୍ତି। ମୁଁ ଜାଣିନାହିଁ ତାଙ୍କ ମା’ ତାଙ୍କୁ କ’ଣ ସଂସ୍କାର ଦେଇଛନ୍ତି। କିନ୍ତୁ ପିତା ହିସାବରେ ମୁଁ ତା’ ଭୁଲକୁ ନେଇ କ୍ଷମା ପ୍ରାର୍ଥନା କରୁଛି ବୋଲି ଭିଡିଓରେ କୁମାର ସାନୁ କହିଛନ୍ତି।

The post ପୁଅ ପାଇଁ କ୍ଷମା ମାଗିଲେ କୁମାର ସାନୁ first appeared on Sambad.



from ମନୋରଞ୍ଜନ – Sambad https://ift.tt/3eoafKx

Post a Comment

0 Comments