କରୀନା ନେଇଛନ୍ତି ମା’ଙ୍କ ହେଡ୍‌ ଚମ୍ପିଂ ମଜା

ବଲିଉଡ୍‌ ବେବୋ କରୀନା କପୁର ନିଜ ମା’ ବବିତା କପୁରଙ୍କଠାରୁ ତେଲ ମାଲିସ୍‌ ହେଉଥିବା ଫଟୋ ଆଜି ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହୋଇଛି। କରୀନା ଏବେ ଦ୍ବିତୀୟ ଥର ପାଇଁ ମା’ ହେବାକୁ ଯାଉଥିବା ‌ବେଳେ ନିଜ ପରିବାର ସହ ଅଧିକ ସମୟ ଅତିବାହିତ କରୁଛନ୍ତି। ଆଜି ନିଜ ମା’ଙ୍କଠାରୁ ତେଲ ମାଲିସ୍ ହେଉଥିବା ସମୟର ଏକ ଫଟୋ କରୀନା ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିବା ସହ ‘ମା’ ହାତର ତେଲ ମାଲିସ୍‌’ ବୋଲି ଶିରୋନାମାରେ ଲେଖିଛନ୍ତି।

ଫଟୋରେ କରୀନା ଏ‌କ ଗାଉନ୍‌ ପିନ୍ଧି ସୋଫା ଉପରେ ବସିଥିବା ଓ ମା’ ବବିତା ପଛପଟେ ଠିଆ ହୋଇ ତେଲ ମାଲିସ୍‌ କରୁଥିବା ଦେଖିବାକୁ ମିଳିଛି। କରୀନା ଫଟୋ ସେୟାର କରିବାର ୨ ଘଣ୍ଟା ମଧ୍ୟରେ ୩ ଲକ୍ଷ ଲୋକ ଏହି ଫଟୋକୁ ଲାଇକ୍‌ ଓ ସେୟାର କରିଛନ୍ତି।

The post କରୀନା ନେଇଛନ୍ତି ମା’ଙ୍କ ହେଡ୍‌ ଚମ୍ପିଂ ମଜା first appeared on Sambad.



from ମନୋରଞ୍ଜନ – Sambad https://ift.tt/3eerH3H

Post a Comment

0 Comments