
ଦକ୍ଷିଣୀ ଅଭିନେତ୍ରୀ କାଜଲ ଅଗ୍ରୱାଲ ଆଜି ଶିଳ୍ପପତି ଗୌତମ କିଚ୍ଲୁଙ୍କୁ ବିବାହ କରିଛନ୍ତି। କରୋନା ମହାମାରୀ ଯୋଗୁଁ କେବଳ ପରିବାର ଲୋକଙ୍କ ଗହଣରେ କାଜଲଙ୍କ ବିବାହ ସମ୍ପନ୍ନ ହୋଇଥିଲେ ବି ନିଜର ପ୍ରତିଟି ଖୁସିର ମୁହୂର୍ତ୍ତ ସେ ନିଜ ପ୍ରଶଂସକମାନଙ୍କ ସହ ସେୟାର କରିଛନ୍ତି।
ମେହେନ୍ଦି, ହଲ୍ଦୀ ଓ ସଙ୍ଗୀତ ଆଦି ସମସ୍ତ ରୀତିନୀତିର ଫଟୋ କାଜଲ ସାମାଜିକ ଗଣମାଧ୍ୟମରେ ସେୟାର କରିଥିବା ଦେଖିବାକୁ ମିଳିଛି। ଏବେ ବିବାହର ଖୁବ୍ ପୂର୍ବରୁ ବାଥ୍ରୋବ୍ ପିନ୍ଧି ବଧୂ ମେକ୍ଅପ୍ରେ କାଜଲ ଏକ ଫଟୋ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଥିଲେ। ଏହାର ଶିରୋନାମାରେ ଲେଖିଥିଲେ, ଝଡ଼ ପୂର୍ବର ନିରବତା। ଫଟୋରେ ତାଙ୍କ ପଛପଟେ ତାଙ୍କ ବିବାହ ଲେହେଙ୍ଗାର ଝଲକ୍ ମଧ୍ୟ ଦେଖିବାକୁ ମିଳିଛି। ଫଟୋରେ ତାଙ୍କୁ ଦକ୍ଷିଣ ଭାରତୀୟ ବଧୂ ମେକ୍ଅପ୍ରେ ଦେଖିବାକୁ ମିଳିଥିଲା।
The post ବାଥ୍ରୋବ୍ ସହ ବଧୂ ବେଶରେ କାଜଲ first appeared on Sambad.
from ମନୋରଞ୍ଜନ – Sambad https://ift.tt/2Jn6klD
0 Comments