
କଣ୍ଠଶିଳ୍ପୀ ନେହା କକ୍କଡ଼ ଓ ରୋହନପ୍ରୀତ ସିଂହ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ପ୍ରଥମରୁ ଏକ ଗୁଜବ ବା ପବ୍ଲିସିଟି ଷ୍ଟଣ୍ଟ୍ ଭଳି ଲାଗୁଥିବା ଏହି ଖବର ଆଜି ସତ ବୋଲି ପ୍ରମାଣିତ ହୋଇଛି। ସାମାଜିକ ଗଣମାଧ୍ୟମରେ ନେହାଙ୍କ ଏକ ଫ୍ୟାନ୍ କ୍ଲବ୍ ପକ୍ଷରୁ ନେହାଙ୍କ ବିବାହ କାର୍ଡ ସେୟାର କରାଯାଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ନେହା ଓ ରୋହନପ୍ରୀତ୍ ଆସନ୍ତା ୨୬ ତାରିଖ ଦିନ ପଞ୍ଜାବରେ ବିବାହ କରିବେ।ନିଜ ବିବାହ ନେଇ ସାମାଜିକ ଗଣମାଧ୍ୟମରେ ନେହା ଟିକେ ଟିକେ ହିଣ୍ଟ୍ସ୍ ଦେଉଥିଲେ ମଧ୍ୟ ଏନେଇ ଖୋଲାଖୋଲି କିଛି କହୁନାହାନ୍ତି। ଅନ୍ୟପଟେ ନେହା ଓ ରୋହନଙ୍କ ମ୍ୟୁଜିକ୍ ଭିଡିଓ ‘ନେହା ଦା ବ୍ୟାହ’ ଆସନ୍ତା ୨୧ ତାରିଖରେ ମୁକ୍ତିଲାଭ କରିବ।
The post ସାମ୍ନାକୁ ଆସିଲା ନେହାଙ୍କ ବିବାହ କାର୍ଡ first appeared on Sambad.
from ମନୋରଞ୍ଜନ – Sambad https://ift.tt/2T5FiAL
0 Comments