
୨୦୧୮ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବଧାଇ ହୋ’ ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଥିଲା। ଭିନ୍ନ ବିଷୟବସ୍ତୁଠାରୁ ନେଇ ଚରିତ୍ରମାନଙ୍କର ଅଭିନୟ, ବକ୍ସ-ଅଫିସ୍ରେ ସଫଳତାର ନୂଆ ଧାରା ସୃଷ୍ଟି କରିଥିଲା। ଏହାର ସଫଳତାକୁ ନେଇ ନିର୍ମାତାମାନେ ଏହାର ସିକ୍ବେଲ ‘ବଧାଇ ଦୋ’ ନିର୍ମାଣ କରିବାକୁ ଯାଉଛନ୍ତି। ଜଙ୍ଗଲୀ ପିକ୍ଚର୍ସ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏନେଇ ବଡ଼ ଘୋଷଣା କରାଯାଇଛି।
ଚଳଚ୍ଚିତ୍ରର ସୁଟିଂ ଜାନୁଆରିରୁ ଆରମ୍ଭ ହେବ। ଏଥର ଏଥିରେ ରାଇଜିଂ ଷ୍ଟାର ରାଜକୁମାର ରାଓ ଓ ଅଭିନେତ୍ରୀ ଭୂମି ପେଡନେକରଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ରରେ ମଧ୍ୟ ବଧାଇ ହୋ ଚଳଚ୍ଚିତ୍ର ଭଳି କାହାଣୀ ଉପରେ ଅଧିକ ଧ୍ୟାନ ଦିଆଯିବ। ଦର୍ଶକଙ୍କୁ ଭିନ୍ନ ଏକ ସ୍ବାଦର କାହାଣୀ ଦେଖିବାକୁ ମିଳିବ। ସୂଚନା ମୁତାବକ, ରାଜକୁମାର ଏଥିରେ ଜଣେ ପୁଲିସ୍ ଇନ୍ସ୍ପେକ୍ଟର ଓ ଭୂମି ଜଣେ ପିଇଟି ଶିକ୍ଷୟିତ୍ରୀ ଚରିତ୍ରରେ ଅବତୀର୍ଣ୍ଣ ହେବେ।
The post ଏବେ ‘ବଧାଇ ଦୋ’ first appeared on Sambad.
from ମନୋରଞ୍ଜନ – Sambad https://ift.tt/37iHsFn
0 Comments