ମୁଁ ବଲିଉଡ୍‌କୁ ତା’ର ପ୍ରଥମ ଆକ୍ସନ ହିରୋଇନ୍‌ ଦେଇଛି: କଙ୍ଗନା

କଙ୍ଗନାଙ୍କ ଉଦ୍ଦେଶ୍ୟରେ ଅଭିନେତ୍ରୀ ଜୟା ବଚ୍ଚନ ଦେଇଥିବା ‘ବଲିଉଡ୍‌ ଥାଳି’ ମନ୍ତବ୍ୟକୁ କଙ୍ଗନା ପାସୋରି ପାରୁନାହାନ୍ତି। ଜୟାଙ୍କୁ ଜବାବ ଦେବା ପାଇଁ ସେ ଏବେ ଟ୍ବିଟର୍‌‌ରେ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି। ସେଥିରେ ସେ ନିଜ ଟ୍ରେନର୍‌ଙ୍କ ସହ ବିଭିନ୍ନପ୍ରକାର ସମରାଭ୍ୟାସ କରୁଥିବା ଦେଖାଯାଉଛି। ଏଥିରେ କଙ୍ଗନା ଉଲ୍ଲେଖ କରିଛନ୍ତି, ଯଦି ‘ବଲିଉଡ୍‌ ଥାଳି’ ମୋତେ ବହୁତ କିଛି ଦେଇଛି, ତେବେ ମୁଁ ବି ବଲିଉଡ୍‌କୁ ତା’ର ପ୍ରଥମ ଆକ୍ସନ ହିରୋଇନ୍‌ ଉପହାର ଦେଇଛି। ଚଳଚ୍ଚିତ୍ର ମଣିକର୍ଣ୍ଣିକାରେ ବଲିଉଡ୍‌ ତା’ର ପ୍ରଥମ ଆକ୍ସନ ହିରୋଇନ୍‌ ପାଇଛି। ଆଗାମୀ ଦୁଇଟି ଚଳଚ୍ଚିତ୍ରରେ ମଧ୍ୟ ମୁଁ ଯଥାକ୍ରମେ ଫୌଜି ଓ ଗୁପ୍ତଚରର ଚରିତ୍ରରେ ଅବତୀର୍ଣ୍ଣ ହେଉଛି। ଏଥିପାଇଁ ଆକ୍ସନ୍‌ ତାଲିମ୍‌ ନେଉଛି।

ସୂଚନାଯୋଗ୍ୟ, କଙ୍ଗନା ନିଜର ଆଗାମୀ ଆକ୍ସନ ଫିଲ୍ମ ‌‘ତେଜସ୍‌’ ଓ ‘ଧକଡ଼’ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ମନାଲିସ୍ଥିତ ବାସଭବନରେ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାର ଏକ ଭିଡିଓ ସେ ସାମାଜିକ ଗଣମାଧ୍ୟମରେ ସେୟାର କରିବା ଅବସରରେ ଜୟାଙ୍କୁ କଟାକ୍ଷ କରି ଏପରି କହିଛନ୍ତି।

The post ମୁଁ ବଲିଉଡ୍‌କୁ ତା’ର ପ୍ରଥମ ଆକ୍ସନ ହିରୋଇନ୍‌ ଦେଇଛି: କଙ୍ଗନା first appeared on Sambad.



from ମନୋରଞ୍ଜନ – Sambad https://ift.tt/2H6Iidr

Post a Comment

0 Comments