ବଲିଉଡ୍‌ର ଧାରା ବଦଳାଇ ଦେଇଥିଲେ ଓମ୍‌ ପୁରୀ

ଅଭିନେତା ହେବା ପାଇଁ ସୁନ୍ଦର ଚେହେରା, ଗୋରା ରଙ୍ଗ ଓ ଦମ୍‌ଦାର ବ୍ୟକ୍ତିତ୍ବ ଥିବା ଆବଶ୍ୟକ। କିନ୍ତୁ ୪ ଦଶନ୍ଧି ତଳେ ବଲିଉଡ୍‌‌‌‌ରେ ଏମିତି ଜଣେ କଳାକାର ପାଦ ଥାପିଥିଲେ, ଯାହାଙ୍କ ପାଖେ ଏ ୩ଟି ଗୁଣ ମଧ୍ୟରୁ ଗୋଟିଏ ବି ନଥିଲା। ନିଜର କଠିନ ପରିଶ୍ରମ ଓ ଦମ୍‌ଦାର ଅଭିନୟ ବଳରେ ସେ ବଲିଉଡ୍‌ର ଏହି ଧାରାକୁ ବଦଳାଇ ଦେଇଥିଲେ। ତାଙ୍କ ଜୀବନ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ। ଜୀବନର ଶେଷ ପର୍ଯ୍ୟନ୍ତ ସେ ବଲିଉଡ୍‌ରେ ବିଭିନ୍ନ ଚରିତ୍ର‌ରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ସେ ଆଉ କେହି ନୁହନ୍ତି, ଦିଗ୍ଗଜ ଅଭିନେତା ଓମ୍‌ ପୁରୀ।

ଆଜି ତାଙ୍କର ୭୦ତମ ଜନ୍ମ ଦିବସ। ସାଧାରଣ ଚେହେରା ଓ ଗରିବ ପରିବାରରୁ ଆସି ସେ କେବଳ ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ବି ନିଜ ନାମ ଖୋଦେଇ କରିଯାଇଛନ୍ତିୟ। ଦିନେ ଏକ ସାକ୍ଷାତକାରରେ ସେ କହିଥିଲେ, ମାତ୍ର ୬ବର୍ଷ ବୟସରୁ ‌ଢାବାରେ ବାସନ ମାଜି ନିଜର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଅଭିନୟ ଓ ଚଳଚ୍ଚିତ୍ର ପ୍ରତି ଆକର୍ଷଣ ତାଙ୍କର ପିଲାଟି ଦିନୁ ରହିଥିଲା। ପ୍ରାରମ୍ଭିକ ପାଠ ପଢ଼ା ସାରି ସେ ଏନ୍‌ଏସ୍‌ଡି(ନ୍ୟାସ୍‌ନାଲ୍‌ ସ୍କୁଲ ଅଫ୍‌ ଡ୍ରାମା)ରେ ନାମ ଲେଖାଇଥିଲେ। ସେଠାକୁ ଯାଇ ସେ ଅନୁଭବ କଲେ ଯେ ଇଂରାଜୀ‌‌‌ରେ ବହୁତ ଦୁର୍ବଳ। ତେଣୁ ବହୁ କଷ୍ଟ କରି ଇଂରାଜୀ ଶିଖିଲେ। ଏଥିରେ ଅଭିନେତା ନାସିରୁଦ୍ଦିନ୍‌ ଶାହ ବି ତାଙ୍କର ଖୁବ୍‌ ସହାୟତା କରିଛନ୍ତି। ସେ ଏଭଳି ଭାବେ ନିଜକୁ ପ୍ରଶିକ୍ଷିତ କଲେ ଯେ ୨୦ରୁ ଅଧିକ ଇଂରାଜୀ ଚଳଚ୍ଚିତ୍ର ଆମକୁ ଉପହାର ଦେଇ ଯାଇଛନ୍ତି।

The post ବଲିଉଡ୍‌ର ଧାରା ବଦଳାଇ ଦେଇଥିଲେ ଓମ୍‌ ପୁରୀ first appeared on Sambad.



from ମନୋରଞ୍ଜନ – Sambad https://ift.tt/34bYmns

Post a Comment

0 Comments