
କ୍ୟାଟ୍ରିନା କେଫ୍ ଓ ଭିକି କୌଶଲଙ୍କ ବିବାହ ପ୍ରସଙ୍ଗ ନେଇ ବଲିଉଡ୍ ଦୁନିଆଁ ଏବେ ଉଠୁଛି ପଡୁଛି। ସେପଟେ ପ୍ରଶଂସକଙ୍କ ଉତ୍କଣ୍ଠା ଶୀର୍ଷରେ ପହଞ୍ଚିଗଲାଣି। ବିବାହ ଖବରକୁ ଗୋପନୀୟ ରଖିବା ପାଇଁ କ୍ୟାଟ୍ ଓ ଭିକିଙ୍କ ସବୁପ୍ରକାର ଉଦ୍ୟମ ସତ୍ତ୍ବେ ବଲିଉଡର ବିଭିନ୍ନ ଉତ୍ସରୁ ଗୋଟିଏ ପରେ ଗୋଟିଏ ସୂଚନା ଆସିବାରେ ଲାଗିଛି। ଅଭିନେତା ଭିକି ପଞ୍ଜାବୀ ହୋଇଥିବାରୁ ତାଙ୍କ ସହ ପାରିବାରିକ ଜୀବନରେ ଭଲ ତାଳମେଳ ରଖିବା ପାଇଁ କ୍ୟାଟ୍ରିନା ଜଣେ ପ୍ରଶିକ୍ଷକଙ୍କ ଠାରୁ ପଞ୍ଜାବୀ ଶିଖୁଛନ୍ତି ବୋଲି ଜଣାପଡ଼ିଛି।
ଗତ ମାସରୁ ଉଭୟ ବର ଓ କନ୍ୟା ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି। ଯଦି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ସତ ହୋଇଥାଏ ତେବେ ଆସନ୍ତା ୯ ତାରିଖରେ ରାଜସ୍ଥାନର ଏକ ପ୍ରାଚୀନ ଦୁର୍ଗରେ ସେମାନଙ୍କ ବିବାହ ଅନୁଷ୍ଠିତ ହେବ। ବିବାହ ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥିମାନଙ୍କ ପାଇଁ କଡ଼ା ନିୟମ ସ୍ଥିର କରାଯାଇଛି। ଅତିଥିମାନେ ଭିତରକୁ ଫୋନ ନେଇପାରିବେ ନାହିଁ କି ଫଟୋ ଉତ୍ତୋଳନ କରିପାରିବେ ନାହିଁ। ବିବାହରେ ଯୋଗ ଦେବା କଥା ପ୍ରଘଟ ନ କରିବା ପାଇଁ ଅତିଥିଙ୍କୁ ଏକ ଚୁକ୍ତି ସ୍ବାକ୍ଷର କରିବାକୁ କୁହାଯାଇଛି। ଏଭଳି ବିବିଧ କଠୋର ସର୍ତ୍ତ ଅନେକ ଅତିଥିଙ୍କୁ ଆଶ୍ଚର୍ଯ୍ୟ କରିଛି। କେହି କେହି ଅତିଷ୍ଠ ହୋଇ କହିଲେଣି, ସେମାନଙ୍କ ବିବାହ ଦେଶର ଗୋପନୀୟ ତଥ୍ୟ ନୁହେଁ ଯେ ତାହାକୁ ଅତିରିକ୍ତ ସୁରକ୍ଷା ମଧ୍ୟରେ ରଖାଯିବ।
The post ଭିକିଙ୍କ ପାଇଁ ପଞ୍ଜାବୀ ଶିଖୁଛନ୍ତି କ୍ୟାଟ୍ରିନା first appeared on Sambad.from ମନୋରଞ୍ଜନ | Sambad https://ift.tt/3rOx4jh
0 Comments