
ଆଜିର ଦୁନିଆରେ ମଣିଷ ସବୁକିଛି କାମ ନିଜ ହାତମୁଠାରେ ଅକ୍ତିଆର କରିଛି। ଅନ୍ଲାଇନ୍ରେ ଖାଇବା ଅର୍ଡର କଲେ ଦଶ ମିନିଟ୍ରେ ଖାଦ୍ୟ ପହଞ୍ଚିଯାଉଛି। ମଣିଷ ବିଭିନ୍ନ କ୍ଷେତ୍ରରେ ଆଜି ଆକାଶକୁ ଛୁଇଁଲାଣି, ହେଲେ ନାରୀ ସୁରକ୍ଷା ଦିଗରେ ଟେକ୍ନୋଲୋଜି ସେମିତି କିଛି ଆଖିଦୃଶିଆ ସଫଳତା ପାଇପାରିନାହିଁ। ଆଜି ମଧ୍ୟ ନାରୀ ରାତିଅଧରେ ନିଜକୁ ଅସୁରକ୍ଷିତ ମନେକଲେ ଠିକ୍ ସମୟ ଭିତରେ ସାହାଯ୍ୟ ମିଳୁନାହିଁ। ବିଜ୍ଞାନ କ’ଣ ନାରୀମାନଙ୍କ ସୁରକ୍ଷା ପାଇଁ ଆଉ ପାଦେ ଆଗକୁ ବଢ଼ିପାରିବନି! ଜଣେ ଜୁନିଅର ବୈଜ୍ଞାନିକ ତିଆରି କରିଛନ୍ତି ଏମିତି ଏକ ଡିଭାଇସ୍ ଯାହାକୁ ତିନିଥର ରୋଟେଟ୍ କଲେ ନିକଟସ୍ଥ ପୋଲିସ କାଣ୍ଟ୍ରୋଲ୍ ରୁମ୍କୁ ଖବର ପହଞ୍ଚିଯାଉଛି ଆଉ ଲୋକେସନ୍ ଓ ଡିଭାଇସ୍କୁ ଆକ୍ଟିଭ କରିଥିବା ବ୍ୟକ୍ତିଙ୍କର ପୂର୍ଣ୍ଣ ପରିଚୟ ସାଙ୍ଗେ ସାଙ୍ଗେ ପୋଲିସ ପାଖରେ ପହଞ୍ଚାଯାଉଛି। ଏଭଳି ଡିଭାଇସ୍କୁ ରିଙ୍ଗ୍ର ଆକାର ଦିଆଯାଇଛି, ଯାହା ପ୍ରତ୍ୟେକ ନାରୀ ଏହାକୁ ପିନ୍ଧି ପୋଲିସର ସାହାଯ୍ୟ ନେଇପାରିବେ। ଏହି ଡିଭାଇସ୍କୁ ‘ଆରମୋର’ ବୋଲି ନାମିତ କରାଯାଇଛି। କାରଣ ନାରୀ ସୁରକ୍ଷା ପାଇଁ ଏ ଡିଭାଇସ୍ଟି ଏକ କବଚ ସଦୃଶ।
ଶୁଭେନ୍ଦୁ କୁମାର ପ୍ରଡକ୍ସନ୍ର ଦ୍ୱିତୀୟ ସିନେମା ‘ଆରମୋର’ ବିଜ୍ଞାନ ସାହାଯ୍ୟରେ କିପରି ନାରୀଙ୍କୁ ସୁରକ୍ଷା ଦିଆଯାଇପାରିବ ତା’ର ପ୍ରୟାସ କରିଛି। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତି ଏବଂ ଏସ୍ ଚନ୍ଦ୍ରକାନ୍ତ। ଗୀତ ରଚନା କରିଛନ୍ତି ଜୟନ୍ତ ଦାସ, ଅଜୟ ସାମଲ ଓ ଜନ ଟି। କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, ଅର୍ପିତା, ବିଭୁକିଶୋର, ଅସୀମା ପଣ୍ଡା ଓ ସ୍ବୟମ ପାଢ଼ୀ। ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା ସହ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସୁବ୍ରତ ଡିଗଲ। ଏଥିରେ ମୁଖ୍ୟ ଭୂମିକାରେ ଅଛଛନ୍ତି ମନୋଜ ମିଶ୍ର, ମେଘନା ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଅକ୍ଷୟ ବସ୍ତିଆ, ଜୀବନ ପଣ୍ଡା, ସ୍ୱସ୍ତିକ ମହାନ୍ତି, ହିତେଶ ବାଗ ଓ ବିକାଶ ଶତପଥୀ ପ୍ରମୁଖ କଳାକାର।
The post ନାରୀ ସୁରକ୍ଷାର କବଚ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆରମୋର’ first appeared on Sambad.from ମନୋରଞ୍ଜନ | Sambad https://ift.tt/3xqFrC6
0 Comments