ଆଲ୍ଲୁ ଅଜୁର୍ନଙ୍କ ସହ ସମଂଥାଙ୍କୁ ନେଇ ଏକ ସ୍ୱତନ୍ତ୍ର ନୃତ୍ୟଦୃଶ୍ୟର ପରିକଳ୍ପନା କରାଯାଇ ତିଆରି ହେଉଛି ନୂଆ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍‌’

ଅଭିନେତା ଆଲ୍ଲୁ ଅର୍ଜୁନଙ୍କ ବିପକ୍ଷର ନାୟିକା ରଶ୍ମିକା ମନ୍ଦାନା ଥିଲେ ମଧ୍ୟ ଏଥିରେ ଆଲ୍ଲୁଙ୍କ ସହ ସମଂଥାଙ୍କୁ ନେଇ ଏକ ସ୍ବତନ୍ତ୍ର ନୃତ୍ୟଦୃଶ୍ୟର ପରିକଳ୍ପନା କରାଯାଇଛି। ଆମେ କହୁଛୁ ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ନୂଆ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍‌’ର କଥା। ବାହୁବଳୀ ପରି ଦୁଇଟି ଭାଗରେ ଏଇ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭେଟି ଦିଆଯିବ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଲୟାଲମ୍ ଅଭିନେତା ଫହାଦ ଫାସିଲ, ସୁନୀଲ, ଧନଞ୍ଜୟ, ରାଓ ରମେଶ ଓ ଅଜୟ ଘୋଷ ପ୍ରମୁଖଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ।

ଚଳଚ୍ଚିତ୍ରରେ ଥିବା ପାରିବାରିକ ଓ ରୋମାଣ୍ଟିକ୍ ଗୀତରେ ରଶ୍ମିକା ନୃତ୍ୟାଭିନୟ କରିପାରିଲେ ମାତ୍ର ଏଥିରେ ଥିବା ଏକ ଭିନ୍ନଶୈଳୀର ଗୀତଦୃଶ୍ୟରେ ରଶ୍ମିକାଙ୍କ ସ୍ଥାନରେ ସମଂଥାଙ୍କୁ ନିଆଗଲା କାହିଁକି? ତାମିଲ ଚଳଚ୍ଚିତ୍ର ନନ୍ଦିନୀ, ପ୍ରିୟା, କାବେରୀ, ଅନଜାନ୍, ସନ୍ ଅଫ୍ ସତ୍ୟମୂର୍ତ୍ତି ଏବଂ ତେଲୁଗୁ ଚଳଚ୍ଚିତ୍ର ଜେମ୍‌ସ ବଣ୍ଡ, ଦ ଟ୍ରିପ୍, ମହାସମୁଦ୍ରମ୍, ବ୍ରିନ୍ଦାବନମ୍, ଅନ୍ତରୀକ୍ଷମ୍, ଜବରଦସ୍ତ, ବାହୁବଳୀ-୨ ଆଦି ପଚାଶଟି ସିନେମାରେ ନାୟିକା ସାଜି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସଂମଥା। ଏହା ବ୍ୟତୀତ ହିନ୍ଦୀ ଚଳଚ୍ଚିତ୍ର ଏକ୍ ଦିୱାନା ଥା ଏବଂ ୱେବ୍ ସିରିଜରେ ପ୍ରଦର୍ଶିତ ‘ଦ ଫାମିଲି ମ୍ୟାନ୍’କୁ ନେଇ ସମଂଥା ବେଶ୍ ଚର୍ଚ୍ଚିିତ ହେଇଛନ୍ତି। ଅଭିନୟ ଅପେକ୍ଷା ନୃତ୍ୟରେ ତାଙ୍କର ଅଧିକ ଦକ୍ଷତା ରହିଛି। ସେଥିପାଇଁ ତାଙ୍କୁ ଦକ୍ଷିଣୀ ସିନେମାରେ ସୁପର୍ ଡ୍ୟାନ୍ସର୍ କୁହାଯାଏ। ତେଣୁ ‘ପୁଷ୍ପା: ଦ ରାଇଜ’ରେ ନାୟକ ଆଲ୍ଲୁ ଅଜୁର୍ନଙ୍କ ସହ ସମଂଥାଙ୍କୁ ନେଇ ଏକ ସ୍ବତନ୍ତ୍ର ନୃତ୍ୟଦୃଶ୍ୟ ସ୍ଥାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ଦ୍ଦେଶକ ସୁକୁମାର।

The post ଆଲ୍ଲୁ ଅଜୁର୍ନଙ୍କ ସହ ସମଂଥାଙ୍କୁ ନେଇ ଏକ ସ୍ୱତନ୍ତ୍ର ନୃତ୍ୟଦୃଶ୍ୟର ପରିକଳ୍ପନା କରାଯାଇ ତିଆରି ହେଉଛି ନୂଆ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍‌’ first appeared on Sambad.

from ମନୋରଞ୍ଜନ | Sambad https://ift.tt/30XnU97

Post a Comment

0 Comments