
ପୁଣି ଆସୁଛନ୍ତି ରାଗିଣୀ। ସୁଟିଂଫ୍ଲୋର୍କୁ ଆସିଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’। ବ୍ଲୁ ଆଇଜ୍ ଏଣ୍ଟରଟେନ୍ମେଣ୍ଟ୍ର ପ୍ରଥମ ଅବଦାନ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ନନ୍ଦିକେଶ ଓ ବ୍ୟୋମକେଶ। କାହାଣୀ ରଚନା ଖଗେଶ୍ବର ଶେଜପଡ଼ା କରିଥିବା ବେଳେ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ନିର୍ଦ୍ଦେଶନା ଦେଉଛନ୍ତି ଦିଲୀପ୍ ପଣ୍ଡା ଏବଂ ସଙ୍ଗୀତ ସଜାଉଛନ୍ତି ବୈଦ୍ୟନାଥ ଦାସ। ଏଥିରେ ନାୟକ ଅମ୍ଳାନଙ୍କ ବିପକ୍ଷରେ ତିନି ନାୟିକା ଭାବେ ଅବତୀର୍ଣ୍ଣ ହେଇଛନ୍ତି ରିୟା, ପ୍ରିୟା ଓ ରାଗିଣୀ।
ବଙ୍ଗଳା ଚଳଚ୍ଚିତ୍ର ‘ଏକ ତୁକୁ ଚୋୟା ଲଗେ’ରୁ ପରଦା ଜଗତରେ ପ୍ରବେଶ କରିଥିବା ଅଭିନେତ୍ରୀ ରାଗିଣୀ ସୂତ୍ରଧର ବଙ୍ଗଳା ଚଳଚ୍ଚିତ୍ର ‘ଭଲେ ଭଲେ ମାଗେଦିବୋ’ ଓ ‘ଖାୟୁମ ଭାଇ’ ଏବଂ ଓଡ଼ିଆ ଚଳଚ୍ଚିତ୍ର ଦେଖା ହେଲା ପ୍ରେମ ହେଲା, ତମେ ଥିଲେ ସାଥିରେ, ଗଡ଼ବଡ଼, ହରି ଓମ୍ ହରି, ମୁଁ ଏକା ତୁମର ଏବଂ ତେଲୁଗୁ ଚଳଚ୍ଚିତ୍ର ମିତାଲି ଗେଷ୍ଟ ହାଉସ୍, ହଣ୍ଡ୍ରେଡ୍ ରୁପିୟା ନୋଟ୍, ସ୍ବର୍ଣ୍ଣମୁଦ୍ରା ଆଦି ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। ପ୍ରିୟା ଓ ରିୟାଙ୍କ ସହ ରାଗିଣୀ ଯେ କିଛି କମାଲ୍ କରିସ୍ମା କରିବେ କିଏ କହିପାରିବ, ସିନେମାଟି ପରଦାକୁ ଆସିଲେ ହୁଏତ ଜଣାପଡ଼ିବ ରାଗିଣୀ ଅଭିନୟ ମାଧ୍ୟମରେ କ’ଣ ନୂଆ କଥା କରି ଦେଖାଇଛନ୍ତି।
The post ଓଡ଼ିଆ ଚଳଚ୍ଚିତ୍ରରେ ପୁଣି ଆସୁଛନ୍ତି ଅଭିନେତ୍ରୀ ରାଗିଣୀ ସୂତ୍ରଧର first appeared on Sambad.from ମନୋରଞ୍ଜନ | Sambad https://ift.tt/3qD6NDY
0 Comments