ଆଉ ଜଣେ ବାପା: ବାପାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ବିନୋଦ

ଦେବୁ ବୋଷ, ବିଜୟ ମହାନ୍ତି, ଅଜିତ ଦାସ, ମୀନକେତନ ଏବଂ ସନ୍ତୋଷ ନାୟକ ପରଲୋକକୁ ଚାଲିଯିବା ପରେ ଏବେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ବାପା ଭୂମିକା ପାଇଁ ଅଭିନେତା ଖୋଜା ପଡ଼ିଛି। ଏ ସମୟରେ ଜଣେ ବାପା ଚରିତ୍ରଙ୍କ ଅଭ୍ୟୁଦୟ ହେଇଛି, ସେ ହେଲେ ବିନୋଦ। ପଲ୍ ପଲ୍ ଦିଲ୍ ଚାହେ, ଗୋଡ଼େଇ ଗୋଡ଼େଇ ଲଭ୍ କରୁଛି, ବେବି ଭାଇ ଆଜ୍ ଆନ୍‌ ଆଡ୍‌ଭୋକେଟ୍, ଇନ୍ଦ୍ରଜାଲ ପରେ ଏବେ ତାଙ୍କୁ ପ୍ରେକ୍ଷାଳୟରେ ନୂଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ରେ ବାପାଙ୍କ ଚରିତ୍ରରେ ଦେଖିବାକୁ ମିଳିଛି। ପୁଣି ନିର୍ମାଣାଧୀନ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ ଏବଂ ‘ମୁଁ ଫେରିଲେ ତୁମର’ ସିନେମାରେ ନାୟିକାଙ୍କ ବାପା ଭୂମିକାରେ ଅଭିନୟ କରୁଛନ୍ତି।

ଢେଙ୍କାନାଳ ଡୋଲରପଶି ଗ୍ରାମର କେଶବ ଚନ୍ଦ୍ର ପରିଡ଼ା ଓ ଇଚ୍ଛାବତୀଙ୍କ ପୁଅ ବିନୋଦ। ସେ ରାଉରକେଲା ସ୍ଥିତ ବସ୍ତିଆ ଇନଷ୍ଟିଚ୍ୟୁଟ୍‌ରେ ଏମ୍‌ବିଏ ସହିତ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେସନ୍‌ରେ ସ୍ନାତକ କରିଥିଲେ। ସ୍କୁଲ, କଲେଜରେ ଡିବେଟ୍ ଓ ଡ୍ରାମାରେ ଅଭିନୟ ସହିତ ଜଣେ ଭଲ ଖେଳାଳି ମଧ୍ୟ ଥିଲେ। ଜୁନିଅର୍ ଆଡମିନିଷ୍ଟ୍ରଟିଭ୍ ଭାବରେ ହିନ୍ଦୁସ୍ତାନ ଲିଭର୍‌ରେ କାମ କରୁଥିଲେ, ହେଲେ ଅଭିନୟର ଦୁର୍ବଳତା ତାଙ୍କୁ ଚାକିରି କ୍ଷେତ୍ରରୁ ଟାଣିଆଣିଥିଲା। ୧୯୯୪ରେ ସେ ଚାକିରି ଛାଡ଼ି ନିଜ ଉଦ୍ୟମରେ ବ୍ୟବସାୟ ଆରମ୍ଭ କରିଥିଲେ। ଏବେ ଏକ ମେଗା ଷ୍ଟୁଲ୍‌ ପ୍ରେସର ପ୍ଲାଣ୍ଟ, ଓ ମିନେରାଲ୍ ଟ୍ରେଡିଙ୍ଗ ଓ ଟ୍ରାନ୍ସପୋର୍ଟିଙ୍ଗ କମ୍ପାନି ପ୍ରତିଷ୍ଠା କରିବା ସହ ଅଲ୍‌ଓଡ଼ିଶା ଆକ୍ସନ କନଷ୍ଟ୍ରକସନ୍ ଇକ୍ୟୁପମେଣ୍ଟର ଡିଷ୍ଟ୍ରିବ୍ୟୁଟର ଭାବେ କାମ କରୁଛନ୍ତି।

ପ୍ରସନ୍ନ ଦ୍ବିବେଦୀଙ୍କ ସଂସ୍ପର୍ଶରେ ଆସି ବିନୋଦ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ଅଭିନୟ ସହ ସେ ୨୦୧୦ରୁ ରୋଟାରି ଇଣ୍ଟରନ୍ୟାସନାଲ ଜିଲ୍ଲା ୩୨/୬୨ରେ ଆସିଷ୍ଟାଣ୍ଟ ଗଭର୍ଣ୍ଣର, ଆସିଷ୍ଟାଣ୍ଟ ଡିଷ୍ଟ୍ରିକ୍ଟ ସେକ୍ରେଟାରି ଜେନେରାଲ, ସର୍ଜେଟେନ୍ ଆର୍ମ, ଚେୟାରମେନ ଭଲ୍ୟୁଣ୍ଟାରି ମେନେଜମେଣ୍ଟ, ଚେୟାରମ୍ୟାନ୍ ରୋଡ୍ ସେଫ୍‍ଟି ଏବଂ ଏବେ ଚେୟାରମ୍ୟାନ ରୋଟାରି କମ୍ୟୁନିଟି ଭାବେ ଅବସ୍ଥାପିତ।

The post ଆଉ ଜଣେ ବାପା: ବାପାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ବିନୋଦ first appeared on Sambad.

from ମନୋରଞ୍ଜନ | Sambad https://ift.tt/3Hz7IeD

Post a Comment

0 Comments