ନୌସେନା-ଅଭିନେତ୍ରୀ ଜୀବନସାଥୀ

କିଏ ଜାଣିଥିଲା ଏମିତି ହେବ? ଜଣେ ପରଦାର ଅଭିନେତ୍ରୀ, ଆଉ ଜଣେ ନୌସେନା ଯବାନ। ଏମାନେ ପୁଣି ଜୀବନସାଥୀ ହେବେ, ଏକଥା ଆଦୌ ବିଶ୍ବାସ କରିହେଉନାହିଁ। ହେଲେ ଏହା ତ ସେମାନଙ୍କ ପାଇଁ ସତ ହେଇଛି। ଲୋକପ୍ରିୟ ଟେଲି ଧାରାବାହିକ ‘କୁଣ୍ଡଳୀ ଭାଗ୍ୟ’ର ପରିଚିତ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଦିଲ୍ଲୀ ଅବସ୍ଥାପିତ ‌ନାଭାଲ ଅଫିସର ରାହୁଲ ଶର୍ମାଙ୍କ ହାତ ଧରିଛନ୍ତି। ବିବାହର ଏଇ ସ୍ବତନ୍ତ୍ର ଉତ୍ସବରେ ଶ୍ରଦ୍ଧା ଲାଲରଙ୍ଗର ଉଜ୍ଜ୍ବଳ ଲେହେଙ୍ଗା ପିନ୍ଧି ପୂରାପୂରି ବଲିଉଡ୍ ଷ୍ଟାଇଲରେ ମଣ୍ଡପ ଉପରେ ଉଭା ହେଇଥିଲେ। ସେମିତି ରାହୁଲ ମଧ୍ୟ ନିଜ ପତ୍ନୀଙ୍କ ଅଭିନେତ୍ରୀ ଶୈଳୀର ଆହ୍ବାନକୁ ଅଙ୍ଗୀକାର କରିଥିଲେ। ଏପରିକି ସର୍ବ ସମ୍ମୁଖରେ ଶ୍ରଦ୍ଧା ନିଜ ମୁହଁରୁ ଓଢ଼ଣା ‌ଟେକିବା ମାତ୍ରେ ରାହୁଲ ତାଙ୍କ ଦୁଇ ଗାଲରେ ଲଗାତାର ଚୁମ୍ବନ ଆଙ୍କିଥିଲେ।

ତାମିଲ ଚଳଚ୍ଚିତ୍ର ‘କାଲଭାନିନ୍ କାଧାଲି’ରୁ ବଡ଼ପରଦାରେ ପ୍ରବେଶ କରିଥିବା ଶ୍ରଦ୍ଧା ପରେ ତାମିଲ ଓ ମାଲୟାଲମ୍ ଦ୍ବିଭାଷୀ ସିନେମା ‘ବନ୍ଦେ ମାତରମ୍’, ହିନ୍ଦୀ ସିନେମା ‘ନିଶବ୍ଦ ଋତୁ’, ‘ପାଠଶାଲା’, ତେଲୁଗୁ ସିନେମା ‘ଗୋଦାବା ଅଞ୍ଜଳି’, ‘ରେମିଓ’, କନ୍ନଡ ସିନେମା ‘ଡବଲ ଡେକର’ ଓ ‘ମାଦୁଭି ମନେ’ ଏବଂ ପଞ୍ଜାବୀ ସିନେମା ‘ବନଜାରା’ରେ ଅଭିନୟ କରିଛନ୍ତି। ଏହାବ୍ୟତୀତ ଫିର୍ କୋଇ ହୈ, ମେ ଲକ୍ଷ୍ମୀ ତେରା ଆଙ୍ଗନ୍ ମେ, ତୁମ୍‌ହାରି ପକ୍ଷୀ, ଜୁନୁନ୍, ମଜାକ୍ ମଜାକ୍ ମେ, କସମ ତେତର ପ୍ୟାର କୀ, କୁଣ୍ଡଳୀ ଭାଗ୍ୟ, କୁମକୁମ ଭାଗ୍ୟ, ଭାଗ୍ୟଲକ୍ଷ୍ମୀ ଆଦିରେ ଅଭିନୟ କରି ଦର୍ଶକପ୍ରିୟ ହେଇଛନ୍ତି। ଜଣେ ବୃତ୍ତିଗତ ଅଭିନେତ୍ରୀ ଭାବେ ଶ୍ରଦ୍ଧା ଯେ ନିଜ କ୍ଷେତ୍ରରୁ କାହାକୁ ବିବାହ ନ କରି ନୌସେନା ଯବାନ ରାହୁଲ ଶର୍ମାଙ୍କୁ ଜୀବନସାଥୀ କଲେ ଏହା ଅନେକଙ୍କୁ ଚକିତ କରିଛି।

The post ନୌସେନା-ଅଭିନେତ୍ରୀ ଜୀବନସାଥୀ first appeared on Sambad.

from ମନୋରଞ୍ଜନ | Sambad https://ift.tt/30BlYCB

Post a Comment

0 Comments