ଗୁଡ଼ି ଉଡ଼େଇବେ ଭୂମିକା

ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ରେ ରାକେଶ ନାୟକ ଭୂମିକାରେ ଅବତୀର୍ଣ୍ଣ ହେଇଥିବା ବେଳେ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଭୂମିକା। ଏହାର ପ୍ରଯୋଜନା ଶିବିର କୁମାର ପରିଡ଼ା କରୁଥିବା ବେଳେ ସହ ପ୍ରଯୋଜକ ଅଛନ୍ତି ବିବେକାନନ୍ଦ ବାରିକ। ଶୁଣାଯାଉଛି ଏହା ଏକ ମୌଳିକ କାହାଣୀ। ଏଥିରେ ପ୍ରୀତିରାଜ ଶତପଥୀ, ଦେବୀ ବାରିକ, ମମତା, ଜିତେନ୍ଦ୍ର ଓଝା, କୁମାର, ଚୌଧୁରୀ ବିକାଶ ଦାସ, ସୀମା, ଲିପୁନ, ସଞ୍ଜୟ, ଜ୍ଞାନ, ସୁହାନା, ଦିବ୍ୟାଂଶା, ଐଶ୍ବର୍ଯ୍ୟା, ଭକ୍ତି ଏବଂ ରାଜନେତା ସୁର ରାଉତରାୟ ପ୍ରମୁଖ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବେ।

ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ଏଇ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ପାଇ। ନିର୍ଦ୍ଦେଶନା ଦେଇଛନ୍ତି ଦିବ୍ୟଜ୍ୟୋତି ପାତ୍ର, କାହାଣୀ ଲେଖିଛନ୍ତି ଦିବ୍ୟସିଂହ ବାରିକ ଓ ସଂଳାପ ରଚନା କରିଛନ୍ତି ମାନସ ପଡିହାରୀ। ସବୁଠୁ ମଜାଦାର କଥା ହେଉଛି ଅଭିନେତ୍ରୀ ଭୂମିକା ଏଯାବତ ଚୁଲବୁଲି ନାୟିକା ଭାବେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲେ, ହେଲେ ଏଥିରେ ସେ ଜଣେ ଅତ୍ୟାଧୁନିକା ଝିଅ ଭୂମିକାରେ ଅବତୀର୍ଣ୍ଣ ହେଇ ବିଭିନ୍ନ ନିଶା ସମଗ୍ରୀ ବ୍ୟବହାର କରୁଥିବାର ଦେଖିବାକୁ ମିଳିବ।

The post ଗୁଡ଼ି ଉଡ଼େଇବେ ଭୂମିକା first appeared on Sambad.

from ମନୋରଞ୍ଜନ | Sambad https://ift.tt/3nH2bL3

Post a Comment

0 Comments