
ଅଭିନେତା ଆଦିତ୍ୟ ସିଲ୍ ଓ ଅଭିନେତ୍ରୀ ଅନୁଷ୍କା ରଂଜନ ବିବାହ ବନ୍ଧନରେ ଆବଦ୍ଧ ହେଇଛନ୍ତି। ଦର୍ଶକଙ୍କୁ ଏକଥା ଅଛପା ନାହିଁ ଯେ ଆଦିତ୍ୟ ‘ଷ୍ଟୁଡେଣ୍ଟ ଅଫ୍ ଦ ଇଅର୍’ ଓ ‘ଇନ୍ଦୁ କୀ ଯୱାନୀ’ରେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଥିଲେ। ପରଦା ଜଗତରେ ନିଜର ଅଭିନୟ ଜାରି ରଖିବା ସହିତ ଆଦିତ୍ୟ ଏହା ଭିତରେ ଅଭିନେତ୍ରୀ ଅନୁଷ୍କାଙ୍କ ପ୍ରେମରେ ପଡ଼ିଥିଲେ। ସେମାନଙ୍କର ଦୀର୍ଘଦିନର ଏଇ ପ୍ରେମ ସମ୍ପର୍କ ସଫଳ ହେଇଛି।
ଆଦିତ୍ୟ ଓ ଅନୁଷ୍କାଙ୍କର ଏହି ବିବାହ ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ, ବାଣୀ କପୁର, ଆଥିୟା ସେଟ୍ଟୀ, ଭୂମି ପେଦନେକର ପ୍ରମୁଖ ଯୋଗ ଦେଇଥିଲେ। ଆଦିତ୍ୟ ଧଳାରଙ୍ଗର ଶେରୱାନୀ ପିନ୍ଧିଥିବା ବେଳେ ଏକ ଜାକେଟ୍ ଓ ପଗଡ଼ି ମଧ୍ୟ ପରିହିତ ହେଇଥିଲେ। ଅନୁଷ୍କା ନାଲିରଙ୍ଗର ଲେହେଙ୍ଗା ପିନ୍ଧି ବେଶ୍ ଉଜ୍ଜ୍ବଳ ଦିଶୁଥିଲେ। ଅନୁଷ୍କା ନିଜ ବିବାହ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହିତ ଏହା ତଳେ ଲେଖିଛନ୍ତି ‘ଆଜିର ଦିନରେ ଆମେ ବିବାହ କଲୁ ସତ, ହେଲେ ଦୀର୍ଘ ଚାରିବର୍ଷ ଭିତରେ ଆଦିତ୍ୟ ଓ ମୁଁ କେବେ ନିଜକୁ ବିଶାଦଗ୍ରସ୍ତ କରି ବଞ୍ଚିନାହୁଁ, ଏପରିକି ଆମ ଭିତରେ ସେଭଳି ଭାବନା ଆସିନାହିଁ ଯେ ଆମେ ଜୀବନସାରା ଏକାଠି ରହିବୁ ବୋଲି, ଆଜି କିନ୍ତୁ ତାହା ସାକାର ହେଇଛି। ଆଦି ତୁମେ ମୋ ଜୀବନର ସବୁଠୁ ମଧୁର ସ୍ମିତହାସ୍ୟ। ମୁଁ ଚାହୁଛି ଆମ ଜୀବନ ଖୁସିରେ ବିତିଯାଉ।’
ଏପାଖେ ଆଦିତ୍ୟ ମଧ୍ୟ ତାଙ୍କ ବିବାହର କିଛି ଫଟୋ ପୋଷ୍ଟ କରି ଲେଖିଛନ୍ତି ‘ଅନୁଷ୍କା ଓ ମୋର ଖୁସିକୁ ମୁଁ ସମସ୍ତଙ୍କୁ ବାଣ୍ଟି ଦେବାକୁ ଚାହୁଛି, ଆମ ପରି ସମସ୍ତଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ’। ମା ଅନୁ ରଂଜନଙ୍କ ଦ୍ବାରା ଆୟୋଜିତ ଏକ ଫ୍ୟାସନ୍ ସୋ’ରେ ଆଦିତ୍ୟ ଓ ଅନୁଷ୍କାଙ୍କର ଭେଟ ହେଇଥିଲା। ଉଭୟଙ୍କ ଭିତରେ ଚାଲିଥିବା ପ୍ରେମ ସମ୍ପର୍କ ୨୦୧୯ରେ ସର୍ବସମ୍ମୁଖରେ ପ୍ରକାଶ ପାଇଥିଲା। ପ୍ୟାରିସ୍ ଦେଶରେ ଏକ ସୁଟିଂରେ ଥିବା ବେଳେ ଆଦିତ୍ୟ ଅନୁଷ୍କାଙ୍କୁ ସିଧାସଳଖ ବିବାହ ପାଇଁ ପ୍ରପୋଜ୍ କରିଥିଲେ।
The post ବିବାହ ବନ୍ଧନରେ ଆବଦ୍ଧ ହେଲେ ଆଦିତ୍ୟ-ଅନୁଷ୍କା first appeared on Sambad.from ମନୋରଞ୍ଜନ | Sambad https://ift.tt/3CP0bEY
0 Comments