
ଗୋଆ : ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ହେମା ମାଳିନୀଙ୍କୁ ରବିବାର ଗୋଆଠାରେ ଅନୁଷ୍ଠିତ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ରେ ଚଳିତ ବର୍ଷର ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର ପ୍ରଦାନ କରାଯାଇଛି। ହେମା ଏହାକୁ ତାଙ୍କର ବର୍ଷ ବର୍ଷ ଧରି କରିଥିବା ପରିଶ୍ରମର ଫଳ ବୋଲି କହିଛନ୍ତି।
ପୁରସ୍କାର ଗ୍ରହଣ ଅବସରରେ ହେମା କହିଥିଲେ, ଏହା ତାଙ୍କର ଅନେକ ବର୍ଷ ପରିଶ୍ରମର ଫଳ। ଜଣେ ଏମ୍ପି ଭାବରେ ବି ସେ ମଥୁରାରେ ବିଭିନ୍ନ ପ୍ରକାର କାର୍ଯ୍ୟ କରିଛନ୍ତି। ତାହା ମଧ୍ୟ ଦର୍ଶକଙ୍କ ଉପରେ ପ୍ରଭାବ ପକାଇଛି। ସେ ନର୍ତ୍ତକୀ ଥିଲେ, ଫିଲ୍ମ କଳାକାର ବା ଅଭିନେତ୍ରୀ ଥିଲେ ଏବଂ ବର୍ତ୍ତମାନ ଜଣେ ଏମ୍ପି। ଉକ୍ତ ଚଳଚ୍ଚିତ୍ର ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଫିଲ୍ମ ନିର୍ମାତା କରଣ ଜୋହର ଓ ଅଭିନେତା ସଲମାନ ଖାନ୍ ପ୍ରମୁଖ ଯୋଗ ଦେଇଥିଲେ। ୫୨ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ନଭେମ୍ବର ୨୦ରୁ ଆରମ୍ଭ ହୋଇଥିଲା ଏବଂ ଏହା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।
The post ହେମା ମାଳିନୀ ପାଇଲେ ଚଳିତ ବର୍ଷର ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର first appeared on Sambad.from ମନୋରଞ୍ଜନ | Sambad https://ift.tt/30NAHdK
0 Comments