ଚଳଚ୍ଚିତ୍ର ‘ଲଭ୍-୪୨୦’ର ସୁଟିଂ ଆରମ୍ଭ

 

ମୁନ୍ ଟିଭି ମୁଭିଜ୍ ପକ୍ଷରୁ ଏବେ ‘ଲଭ୍‌-୪୨୦’ ନାମରେ ଏକ ସିନେମାର ସୁଟିଂ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରଥମ ଥର ପାଇଁ ଏକାସାଙ୍ଗେ ୧୦ଟି ଚଳଚ୍ଚିତ୍ର ନିର୍ମାଣର ଘୋଷଣା କରାଯାଇଛି। ପ୍ରଥମ ଚଳଚ୍ଚିତ୍ର ‘ତୁ ସେଇ ନୀଳନୟନା’ର ସୁଟିଂ ସରିବା ପରେ ଏବେ ଆରମ୍ଭ ହେଇଛି ‘ଲଭ୍-୪୨୦’ର ସୁଟିଂ। ଏହାର ମହୁରତ ହେଇଥିଲା ବରମୁଣ୍ଡା ଶିରିଡ଼ି ସାଇ ମନ୍ଦିରରେ।

ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକଙ୍କ ସହ କ୍ରିଏଟିଭ୍ ମୁଖ୍ୟ ପ୍ରଣୟ ଜେଠୀଙ୍କ ସୂଚନାନୁଯାୟୀ, କଟକ, ଭୁବନେଶ୍ବର ଓ ବାରିପଦା ସମେତ କୋଲକାତା ଓ ହାଇଦ୍ରା‌ବାଦରେ ମଧ୍ୟ ଏହାର ସୁଟିଂ ହେବ। ଏଥିରେ ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଶୀତଲ ଥିବା ବେଳେ ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର, ନବାଗତା ଏଲିସା, ସୁନୀତା, ହରି ମହାପାତ୍ର ଓ ହାଡ଼ୁଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏଥିରେ ସଂଳାପ ଲେଖିଛନ୍ତି ରଜନୀ ରଂଜନ, ନିର୍ଦ୍ଦେଶନା ଭାର ମୃତ୍ୟୁଞ୍ଜୟ ସାହୁ ସମ୍ଭାଳିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର।

The post ଚଳଚ୍ଚିତ୍ର ‘ଲଭ୍-୪୨୦’ର ସୁଟିଂ ଆରମ୍ଭ first appeared on Sambad.

from ମନୋରଞ୍ଜନ | Sambad https://ift.tt/3DHXiqx

Post a Comment

0 Comments