କଲର୍ ଅଫ୍ ଦ ଉଇକ୍

ପ୍ରିୟଙ୍କା ଚୋପ୍ରା, ସମନ୍ଥା ଆକିନେନୀ ଓ ମିଥିଳା ପାଲକର; ସମସ୍ତଙ୍କ ପସନ୍ଦର ରଙ୍ଗ ହେଉଛି ହଳଦିଆ। ଏମାନେ ନିଜର ଷ୍ଟାର୍ କ୍ରେଜ୍ ଦେଖାଇବାକୁ ଯାଇ ପ୍ରତି ସପ୍ତାହରେ ଗୋଟିଏ ରଙ୍ଗକୁ ଆପଣାଉଛନ୍ତି। କେବଳ ସେତିକି ନୁହେଁ, ମନ କଥା ମନରେ ରହିଲେ ହୁଅନ୍ତା, ଏମାନେ ନିଜ ପସନ୍ଦର ରଙ୍ଗକୁ ପୋଷାକ ମାଧ୍ୟମରେ ଦର୍ଶାଉଛନ୍ତି। ହଳଦିଆ ରଙ୍ଗର ପୋଷାକ ପିନ୍ଧି ଏମାନେ ବି-ଟାଉନ୍‌ର ହଳଦୀ ପରୀ ଭାବେ ପ୍ରଦର୍ଶିତ କରିବା ସହ ଏହାକୁ ଋତୁକାଳୀନ ଟ୍ରେଣ୍ଡ ବୋଲି ଦାବି କରିଛନ୍ତି।

ହଳଦିଆ ରଙ୍ଗର କୁର୍ତ୍ତା ସାଙ୍ଗକୁ ହାତରେ ସୁନାର ବ୍ରେସଲେଟ୍ ଓ ଆଖିରେ କଳା ରଙ୍ଗର ସନଗ୍ଲାସ୍ ପନ୍ଧି ପ୍ରିୟଙ୍କା ଆମେରିକାନ୍ ସିଙ୍ଗର୍ ତଥା ସ୍ବାମୀ ନିକ ଜୋନାସ୍‌ଙ୍କ ସହ ଷ୍ଟନିଙ୍ଗ୍ ପୋଜ୍ ଦେଇ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେଇ ଫଟୋକୁ ପୋଷ୍ଟ କରିଛନ୍ତି। ଦକ୍ଷିଣୀ ସିନେ ଇଣ୍ଡଷ୍ଟ୍ରିର ନାମକରା ଅଭିନେତ୍ରୀ ସମନ୍ଥା ଆକିନେନୀ ୟେ ମାୟା ଚେସେଭ, ନିଥାନେ ଏନେ ପୋନଭାସନ୍ଥମ୍, ଡୋକୁଡୁ, ସୁପର ଡିଲକ୍ସ, ମାଜିଲୀ, ଓ ବେବି, ଜାନୁ ପରି ଚଳଚ୍ଚିତ୍ରର ନାୟିକା ସାଜି ଚର୍ଚ୍ଚିତ ହେଇଛନ୍ତି।

ସେମିତି ମୁ୍ମ୍ବାଇ ଝିଅ ମିଥିଳା ପାଲକର ଟିଭି ସିରିଜ୍ ‘ଗାର୍ଲ ଇନ ଦ ସିଟି’ ଏବଂ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ‘ଲିଟିଲ ଥିଙ୍ଗ୍‌ସ’ରେ ଅଭିନୟ କରି ଦଶର୍କଙ୍କ ନଜରକୁ ଆସିଛନ୍ତି। ୨୦୧୪ରେ ମରାଠୀ ସିନେମା ‘ମାଜା ହନିମୁନ’ ଏବଂ ୨୦୧୬ରେ ‘କପ୍ ସଙ୍ଗ୍‌’ର ନାୟିକା ସାଜି ସେ ଚର୍ଚ୍ଚିତ ହେଇଥିଲେ। ୨୦୧୮ରେ ହିନ୍ଦୀ ଫିଲ୍ମ ‘କାରୱାଁ’ର ନାୟିକା ସାଜି ସେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ।

The post କଲର୍ ଅଫ୍ ଦ ଉଇକ୍ first appeared on Sambad.

from ମନୋରଞ୍ଜନ | Sambad https://ift.tt/2WSxfN3

Post a Comment

0 Comments